fbpx

ମୁଣ୍ଡବ୍ୟଥା ପାଇଁ ଖାଆନ୍ତୁ ନାହିଁ ଔଷଧ, ଗୋଟିଏ ମିନିଟରେ ଆରାମ ଦେବ ଘରୋଇ ଉପଚାର

ଭୁବନେଶ୍ୱର : ମୁଣ୍ଡବ୍ୟଥା ଏମିତି ଏକ ରୋଗ ଯାହା ପ୍ରତ୍ୟେକ ବ୍ୟକ୍ତି ପାଖରେ ଦେଖା ଦେଇଥାଏ। ଗରମ ଦିନ ପରେ ଆରମ୍ଭ ହୋଇଛି ବର୍ଷା ଦିନ । ବର୍ଷା ଯୋଗୁଁ ଅନେକ ଲୋକଙ୍କୁ ଥଣ୍ଡା, କାଶ ଏବଂ ମୁଣ୍ଡବ୍ୟଥା ଭଳି ସମସ୍ୟା ହୋଇଥାଏ । ଏହି ସମସ୍ୟାରୁ ମୁକ୍ତି ମିଳିବା ପାଇଁ ଆମେ ସାଧାରଣତଃ ଔଷଧ ସେବନ କରୁ, କିନ୍ତୁ ଆପଣ ଘରୋଇ ଉପଚାର କରି ମଧ୍ୟ ଏହାକୁ ଦୂରେଇ ପାରିବେ । ଏହି ଘରୋଇ ଉପାୟ ଗୋଟିଏ ମିନିଟରେ ଦୂରେଇ ପାରିବ ଆପଣଙ୍କ ସମସ୍ୟା । ଆସନ୍ତୁ ଜାଣିବା କଣ ରହିଛି ଘରୋଇ ଉପାୟ ଏବଂ କିପରି କରିବେ ଏହାର ବ୍ୟବହାର ?

ତୁଲସୀ : ତୁଳସୀ ପତ୍ର ଖାଇବା ଦ୍ୱାରା ମନକୁ ଆରାମ ମିଳେ । ଏକ ପାତ୍ର ନେଇ ସେଥିରେ  ତିନି କିମ୍ବା ଚାରୋଟି  ପତ୍ରକୁ ଏକ କପ୍ ପାଣିରେ କିଛି ସମୟ ଫୁଟାନ୍ତୁ । ଏଥିରେ ଟିକେ ମହୁ ମିଶାନ୍ତୁ ଏବଂ ତା’ପରେ ଏହାକୁ ଚା ପରି ପିଅନ୍ତୁ । ଅନ୍ୟ ଏକ ପ୍ରତିକାର ହେଉଛି ତୁଳସୀ ପତ୍ର ଚୋବାଇବା ।

ଉଷୁମ ପାଣିରେ ଲେମ୍ବୁ : ଏହା ଅତ୍ୟନ୍ତ ପ୍ରଭାବଶାଳୀ ପ୍ରତିକାର ଅଟେ । ଏଥିପାଇଁ ଏକ ଗ୍ଲାସ ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଆପଣ ଦେଖିବେ କିଛି ମିନିଟ୍ ମଧ୍ୟରେ ମୁଣ୍ଡବିନ୍ଧା ଦୂର ହୋଇଯିବ । ବେଳେବେଳେ ପେଟରେ ଗ୍ୟାସ୍ ଗଠନ ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇଯାଏ ଏବଂ ଏହି ସମସ୍ୟାର ଘରୋଇ ଉପଚାର ବହୁତ ପ୍ରଭାବଶାଳୀ ବୋଲି ମନେ କରାଯାଏ ।

ଅଦା : ମୁଣ୍ଡରେ ଥିବା ରକ୍ତବାହୀକାମାନଙ୍କର ଫୁଲାକୁ କମାଇବାରେ ଅଦା ସାହାଯ୍ୟ କରେ । ଏହାର ବ୍ୟବହାର ମୁଣ୍ଡବିନ୍ଧାକୁ ହ୍ରାସ କରିଥାଏ । ଏଥିପାଇଁ ସମାନ ପରିମାଣର ଅଦା ରସ ଏବଂ ଲେମ୍ବୁ ରସ ମିଶାଇ, ତାହାକୁ ଦିନରେ ଥରେ କିମ୍ବା ଦୁଇଥର ପିଅନ୍ତୁ । ଏହା ବ୍ୟତୀତ ପାଣିରେ ଅଦା ପାଉଡର କିମ୍ବା କଞ୍ଚା ଅଦାକୁ  ଫୁଟାଇ କିଛି ମିନିଟ୍ ପାଇଁ ବାଷ୍ପ ନେବା ଦ୍ୱାରା  ମଧ୍ୟ ଆରାମ ମିଳିଥାଏ  ।

Get real time updates directly on you device, subscribe now.