fbpx

ନିଶାମୁକ୍ତ ଦେବଭୂମି ମିଶନ ୨୦୨୫, ନିଶା ବେପାରୀଙ୍କ ବିରୁଦ୍ଧରେ ଗ୍ୟାଙ୍ଗଷ୍ଟର ଆକ୍ଟରେ ମୋକଦ୍ଦମା ରୁଜୁ କରାଯାଇ ନିଆଯିବ କାର୍ଯ୍ୟାନୁଷ୍ଠାନ

ଡେରାଡୁନ୍:୨୦୨୫ ସୁଦ୍ଧା ଉତ୍ତରାଖଣ୍ଡ ରାଜ୍ୟକୁ ନିଶାମୁକ୍ତ କରିବା ଲାଗି ପୋଲିସ ଲଗାତର କାମ ଜାରି ରଖିଛି । ଉତ୍ତରାଖଣ୍ଡ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ମିଶନରେ ୨୦୨୫ ସୁଦ୍ଧା ଉତ୍ତରାଖଣ୍ଡକୁ ନିଶାମୁକ୍ତ କରାଯିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି । ସେ କହିଛନ୍ତି ସୋସିଆଲ୍ ମିଡିଆରେ ପୋଲିସ ନିଶା ବିରୁଦ୍ଧରେ ଲୋକଙ୍କୁ ସଚେତନ କରିବା ଲାଗି ଏକ ଅଭିଯାନ ଚଳାଇଛି । ଏହା ପୂର୍ବରୁ ଉତ୍ତରାଖଣ୍ଡ ପୋଲିସ ସତ୍ୟ ଓ ନିଶାମୁକ୍ତ ଦେବଭୂମି ପରି ଅଭିଯାନ ଜାରି ରଖିଛି । ଏବେ ପୋଲିିସ ବିଭିନ୍ନ ମାଧ୍ୟମରେ ଯୁବକଙ୍କୁ ନିଶାମୁକ୍ତ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ତ୍ରିସ୍ତରୀୟ ଟ୍ୟାକ୍ସଫୋର୍ସ ଗଠନ କରାଯାଇଛି । ସେହିପରି ଗଡୱାଲ ଓ କୁମାଉ ରେଞ୍ଜରେ ନାର୍କୋଟିକ୍ ଟାକ୍ସ ଫୋର୍ସ କାମ କରିବେ । ନିଶା ବେପାର କରୁଥିବା ଲୋକଙ୍କ ସମ୍ପତି ମଧ୍ୟ ଜବତ କରାଯିବ ।

ଡେରାଡୁନ୍ ର ମାଜରୀ ମାଫି ମୋହକମପୁର ସ୍ଥିତ ସହକଳ୍ପ ନିଶା ମୁକ୍ତି ଟ୍ରଷ୍ଟ ନିର୍ଦ୍ଦେଶକ ଆଶୁତୋଷ ସିଂହ ଅସୱାଲ କହିଛନ୍ତି ଉତ୍ତରାଖଣ୍ଡ ପୋଲିସ ଲଗାତର ନିଶା ବିରୁଦ୍ଧରେ ଲୋକଙ୍କୁ ସଚେତନ କରିବା ଲାଗି ପ୍ରୟାସ କରୁଛି । ଅନ୍ୟପଟେ ନିଶା କାରବାର ଉପରେ ବି କଡା କାର୍ଯ୍ୟାନୁଷ୍ଠାନ ନେଉଛି । ସେ କହିଛନ୍ତି ନିଶା ବିରୁଦ୍ଧରେ ଲଢେଇ କେବଳ ଆଇନର କି ପୋଲିସର ହେବା ଉଚିତ ନୁହେଁ ବରଂ ସମସ୍ତେ ନିଜ ନିଜ ସ୍ତରରେ ଏହା ବିରୁଦ୍ଧରେ ଲଢେଇ କରିବା ଉଚିତ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଉତ୍ତରାଖଣ୍ଡ ସରକାର ଓ ଉତ୍ତରାଖଣ୍ଡ ପୋଲିସ ଯୁବଗୋଷ୍ଠୀଙ୍କୁ ନିଶାରୁ ଦୂରେଇ ରଖିବା ଲାଗି ବିଭିନ୍ନ ପ୍ରକାର ସଚେତନତା ପ୍ରୋଗ୍ରାମ ଆୟୋଜନ କରିଥାନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉତ୍ତରାଖଣ୍ଡ ରାଜ୍ୟକୁ ନିଶାମୁକ୍ତ କରିବା ଲାଗି ଡ୍ରଗ ଫ୍ରି ଦେବଭୂମି ମିଶନ ୨୦୨୫ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଜରିଆରେ ଆଣ୍ଟି ଡ୍ରଗ୍ସ ଟାକ୍ସ ଫୋର୍ସକୁ ଆଡଭାନ୍ସଡ ଟେକ୍ନୋଲଜି ଓ ଇକ୍ୱିପେମେଣ୍ଟରେ ମଜଭୁତ କରାଯିବ । ନିଶାଦ୍ରବ୍ୟ କାରବାରୀଙ୍କ ସଂପତ୍ତି ଜବତ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ଗ୍ୟାଙ୍ଗଷ୍ଟର ଆକ୍ଟରେ ମୋକଦ୍ଦମା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

Get real time updates directly on you device, subscribe now.