fbpx

ଯୋଗ କରିବା ଦ୍ୱାରା ବଢିବ ଦୃଷ୍ଟି ଶକ୍ତି : ଗୋଟେ ସପ୍ତାହରେ ଛାଡିବେ ଚଷମା ପିନ୍ଧିବା

 ଭୁବନେଶ୍ୱର : ଆଜିକାଲି ମଣିଷ ଅଳ୍ପ ବୟସରେ ଚଷମା ବ୍ୟବହାର କରୁଛନ୍ତି । ଚଷମା ପିନ୍ଧିବାର ମୁଖ୍ୟ କାରଣ ହେଉଛି ଆଖିର ଯତ୍ନ ଠିକ ଭାବରେ ନନେବା, ପୁଷ୍ଟିକର ଖାଦ୍ୟର ଅଭାବ କିମ୍ବା ଜେନେଟିକ୍ ନହେବା । କିନ୍ତୁ ଦୁର୍ବଳ ହେଇଥିବା ଆଖିର ଦୃଷ୍ଟିଶକ୍ତିକୁ ଆମ ଜୀବନଶୈଳୀରେ ଉନ୍ନତି କରିପାରିବ । ଏହି ଆର୍ଟିକିଲରେ, ଯୋଗ ବିଶେଷଜ୍ଞ ରୁବିକା ପରାମର୍ଶ ଦେଇଛନ୍ତି ଯେ କିଛି ବ୍ୟାୟାମ ମାଧ୍ୟମରେ ଏହାର ପ୍ରତିକାର ହୋଇପାରିବ, ଯଦି ଆପଣ ପ୍ରତିଦିନ ଯୋଗ କରନ୍ତି, ତେବେ କିଛି ମାସ ମଧ୍ୟରେ ମୋଟା ଚଷମା ଲଗାଇବା ବନ୍ଦ ହୋଇଯିବ । ତେବେ ଜଣିନିଅନ୍ତୁ କଣ ରହିଛି ଏହି ପଦ୍ଧତି ।

ପ୍ରଥମ ଉପାୟ – ଆପଣ ନିଜ ପାପୁଲିକୁ ଏକାଠି ଘଷି ତା’ପରେ ହାତକୁ ଆଖି ଉପରେ ରଖନ୍ତୁ । ବହିପରି ଭାବରେ ଆପଣ ୩ ଥର କରନ୍ତୁ ।

ଦ୍ୱିତୀୟ ଉପାୟ – ୫ ରାଉଣ୍ଡରେ ଆପଣଙ୍କୁ ୧୦ ଥର ଆଖିର ପତ୍ତାକୁ ପକ୍ୱଜ଼ବାକୁ ପଡିବ । ଏହାର ଅର୍ଥ ଆପଣଙ୍କୁ ୫୦ ଥର ଆଖିର ପତ୍ତାକୁ ବୁଜିବାକୁ ହେବ ।

ତୃତୀୟ ଉପାୟ – ଆଖିର ଡୋଳାକୁ ଉପରକୁ ତଳକୁ କରନ୍ତୁ ଏବଂ ଏହା ସହିତ ଆପଣ ହାତର ଆଙ୍ଗୁଠିକୁ ମଧ୍ୟ ଡୋଳା ସହ ଉପରକୁ ତଳକୁ ଘୁଞ୍ଚାଇବାକୁ ପଡିବ ।

ଚତୁର୍ଥ ପଦ୍ଧତି – ଆଖିକୁ ଘଣ୍ଟା କଣ୍ଟା ସିଧା ବୁଲିବା ଭଳି ଏବଂ ଓଲଟା ବୁଲିବା ଭଳି ଆଖିର ଡୋଳାକୁ ମଧ୍ୟ ବୁଲାନ୍ତୁ । ୨ ରୁ ୩ ମିନିଟ୍ ପର‌୍ୟ୍ୟନ୍ତ ଏହା କରନ୍ତୁ ।

ପଞ୍ଚମ ଉପାୟ – ଥଣ୍ଡା ପାଣି ୧୦ ଥର ଛିଞ୍ଚି ଆଖିକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ଷଷ୍ଠ ପଦ୍ଧତି – ହାତର ଆଙ୍ଗୁଠିକୁ ଗୋଲ ଗୋଲ ବୁଲାନ୍ତୁ ଏବଂ ଆଙ୍ଗୁଠି ଗତି କଲାବେଳେ ଆପଣ ଆଖିକୁ ସେହି ଦିଗରେ ହିଁ ଗତି କରନ୍ତୁ । ଏହା ଦ୍ୱାରା ଆଖିର  ଦୃଷ୍ଟି ଶକ୍ତି ଦୃଢ ହୋଇଥାଏ ।

Get real time updates directly on you device, subscribe now.