fbpx

ଭୀମ ଆର୍ମି ମୁଖ୍ୟଙ୍କୁ ଗୁଳିମାଡ଼ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଗତ ମାସ ୨୮ ତାରିଖରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ । ଉତ୍ତରପ୍ରଦେଶର ସାହାରନପୁରଠାରେ ହରିୟାଣାର ନମ୍ବର ପ୍ଲେଟ ଥିବା ଏକ କାରରେ କିଛି ଦୁର୍ବୃତ୍ତ ଆସି ଆଜାଦଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ସାହାରନପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଏହି ଗୁଳିମାଡ଼ କରାଯାଇଥିଲା ।

ତେବେ ଆଜାଦଙ୍କ ଉପରକୁ ଗୁଳିମାଡ଼ ମାମଲାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଅମ୍ବାଲା କୋର୍ଟରେ ସରେଣ୍ଡର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୩ ଅଭିଯୁକ୍ତ ଦେବବନ୍ଦ ଗ୍ରାମର ରଣଖଣ୍ଡୀର ବାସିନ୍ଦା ବୋଲି କୁହାଯାଉଛି । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ।

ସନ୍ଧ୍ୟା ସମୟରେ ଆଜାଦଙ୍କୁ ଉପରକୁ କିଛି ଯୁବକ ଅଚାନକ ଫାୟାରିଂ କରିଥିଲେ । ଏହି ଗୁଳିମାଡ଼ରେ ଗୁଳି ଆଜାଦଙ୍କ ପେଟକୁ ଛୁଇଁ ଚାଲିଯାଇଥିଲା । ଏନେଇ ଆଜାଦଙ୍କ ଭାଇ ଅଜ୍ଞାତ ଯୁବକଙ୍କ ବିରୋଧରେ ପୋଲିସରେ ମାମଲା ଦାୟର କରିଥିଲେ । ଏହି ଘଟଣାର ପର୍ଦ୍ଦାଫାସ କରିବା ପାଇଁ ପୋଲିସ ଏକ ପାଞ୍ଚଜଣିଆ ଟିମ୍ ଗଠନ କରିଥିଲା । ଅଭିଯୁକ୍ତମାନେ ଅମ୍ବାଲା କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ପୋଲିସକୁ ପୂର୍ବରୁ ସୂଚନା ମିଳିଥିଲା । କୋର୍ଟକୁ ଯିବା ସମୟରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଏହି କାଣ୍ଡ ଘଟାଇଥିବା ୪ ଅଭିଯୁକ୍ତ ସ୍ୱୀକାର କରିବା ସହ ମିଡ଼ିଆରେ ଫେମସ୍ ହେବାକୁ ସେମାନେ ଏପରି କରିଥିବା କହିଥିଲେ ।

Get real time updates directly on you device, subscribe now.