fbpx

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ୧୦ ମିନିଟ୍‌ରେ ନିଷ୍ପତି ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ: ରାଜନାଥ ସିଂ

ନୂଆଦିଲ୍ଲୀ: ଶନିବାର ଛତିସଗଡ଼ରେ ଏକ ରାଲୀକୁ ସମ୍ବୋଧିତ କରିବା ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜନାଥ ସିଂ। ସେ କହିଛନ୍ତି ଯେ, ବର୍ତ୍ତମାନ ସମୁୟରେ ମାଓବାଦୀମାନେ ଭାରତରେ କେବଳ ୧୦ରୁ ୧୨ ଜିଲ୍ଲାରେ ରହିଛନ୍ତି । ଯେଉଁଥିରେ କିଛି ଜିଲ୍ଲା ଛତିସଗଡ଼ର ରହିଛି । ଯଦି ଛତିସଗଡ଼ ସରକାର ସହଯୋଗ କରନ୍ତି, ତେବେ ଭଅରତରୁ ମାଓବାଦ ମୂଳପୋଛ ହୋଇସାରନ୍ତାଣି ।

ଏହି ସମ୍ବୋଧନ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ମନେ ପକାଇ ଭାରତ ଦ୍ୱାରା ପାକିସ୍ତାନରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ବିଷୟରେ କହିଥିଲେ । ସେ କହିଥିଲେ ଯେତେବେଳେ ଉରୀରେ ଆମ ଯବାନମାନଙ୍କ ଉପରେ ଆକ୍ରମଣ ହୋଇଥିଲା, ସେତେବଳେ ମୁଁ ଗୃହମନ୍ତ୍ରୀ ଥିଲି । ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖକୁ ଯାଇଥିଲି ସେ ମାତ୍ର ୧୦ ମିନିଟ୍‌ରେ ନିଷ୍ପତି ନେଇଥିଲେ । ଆମେ ବର୍ତ୍ତମାନ ଶକ୍ତିଶାଳୀ ମୁଁ ଆମର ପଡ଼ୋଶୀ (ପାକିସ୍ତାନ) କୁ କହିବାକୁ ଚାହେଁ ଯେ ଭାରତ ସହିତ ପ୍ରତାରଣା କରିବା ବନ୍ଦ କରନ୍ତୁ ।

ଆମେ ପୁଣିଥରେ ବୁଲି ଦେଖିବୁନି ନାହିଁ । ଆମେ କେବଳ ସୀମାର ଏହି ପାର୍ଶ୍ୱରେ ନିହତ କରିବୁ ନାହିଁ, ଯଦି ଆବଶ୍ୟକ ହୁଏ ତେବେ ଆମେ ସୀମାର ଅପର ପାର୍ଶ୍ୱରେ ମଧ୍ୟ ଦମନ କରିପାରିବୁ । ଏହି ଅବସରରେ ସେ ଅନେକ ବିଷୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ, ମୋଦୀ ସରକାର ଗରୀବ ମାନଙ୍କୁ ଘର ଦେଉଛନ୍ତି । କିନ୍ତୁ ଛତିସଗଡ଼ ସରକାର କେବେ ନିଜର ଭାଗ ନଦେଇ ଲୋକମାନଙ୍କୁ ଘର କରିବାକୁ ଦେଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.