fbpx

ଦିଲ୍ଲୀ ଏୟାରପୋର୍ଟରେ ମହିଳା ଯାତ୍ରୀଙ୍କ ଠାରୁ ମିଳିଲା ୨୨ ଅଫୁଟା ଗୁଳି ସହ ବନ୍ଧୁକ, ଭୟରେ ଯାତ୍ରୀ

ନୂଆଦିଲ୍ଲୀ:ଦିଲ୍ଲୀ ଏୟାରପୋର୍ଟରେ ଶନିବାର ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ମହିଳାଙ୍କ ନିକଟରୁ ୨୨ ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରାଯାଇଛି । ରବିବାର ପୋଲିସ ମହିଳାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି । ପୋଲିସ କହିଛି ଅକାସା ଫ୍ଲାଇଟ୍ରେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏହି ମହିଳାଙ୍କ ନିକଟରୁ ୨୨ ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ଏହି ମହିଳାଙ୍କ ନାମ ଯଶୀ ସିଂହ ବୋଲି ପୋଲିସ ସୂଚନା ଦେଇଛି ।

ମହିଳାଙ୍କ ପାଖରେ ବନ୍ଧୁକ ରଖିବା ଲାଗି ଆବଶ୍ୟକ କାଗଜପତ୍ର ନ ଥିଲା । ଏବେ ଆଜିଆଇ ଏୟାରପୋର୍ଟ ଥାନାରେ ଧାରା ୨୫ ଅସ୍ତ୍ରଶସ୍ତ୍ର ଅଧିନିୟମ ଆଧାରରେ ମାମଲା ରୁଜୁ କରାଯାଇ ଯାଞ୍ଚ ଆରମ୍ଭ ହୋଇଛି । ଏହା ପୂର୍ବରୁ ଏହି ଏୟାରପୋର୍ଟରେ ୬ ଟି ବନ୍ଧୁକ ସହ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଥଇଲା । ଚଳିତବର୍ଷ ଏହି ଏୟାରପୋର୍ଟରୁ ୧୨୫ ବନ୍ଧୁକ ଜବତ କରାସରିଲାଣି ।

Get real time updates directly on you device, subscribe now.