ୱାର୍କ ଫ୍ରମ୍ ହୋମ୍ ଯେତିକି ଭଲ ସେତିକି ଖରାପ, ଅନଲାଇନ୍ ଜବ୍ ଚକ୍କରରେ ଆସି ମହିଳା ହରାଇଲେ ୮ ଲକ୍ଷ

ନୂଆଦିଲ୍ଲୀ: ୱାର୍କ ଫ୍ରମ୍ ହୋମ୍ ବାଲା ଚାକିରି ଆଜିକାଲି ବହୁ ଲୋକଙ୍କୁ ଆକର୍ଷିତ କରୁଛି । ଏପରି ଏକ ଲୋଭରେ ଆସି ଜଣେ ମହିଳା ନିଜ ସଞ୍ଚୟ ରାଶିରୁ ୭.୯୧ ଲକ୍ଷ ଟଙ୍କା ହରାଇ ଦେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ କିଛି ମାସ ମଧ୍ୟରେ ଅନଲାଇନ୍ ଓ ଫୋନ୍ ରେ ହେଉଥିବା ସ୍କାମ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି ।

କେରଳ ସ୍ଥିତ ଜଣେ ମହିଳାଙ୍କୁ ମେସେଜିଂ ଆପ୍ ଟେଲିଗ୍ରାମରେ ଏକ ମେସେଜ୍ ଆସିଥିଲା । ପୀଡିତା ମହିଳାଙ୍କର ମନ୍ଦିରା ଶର୍ମା ନାମକ ଜଣେ ମହିଳାଙ୍କ ସହ କଥାବର୍ତ୍ତା ହୋଇଥିଲା । ମନ୍ଦିରା ଶର୍ମା ପୀଡିତାଙ୍କୁ କହିଥିଲେ କି ସେ ଏକ ଜବ୍ ସାଇଟ୍ www.ratingdsys.com ରୁ କହୁଛନ୍ତି । ପୀଡିତାଙ୍କ ଲାଗି ୱାର୍କ ଫ୍ରମ୍ ହୋମ୍ ଅଫର ରହିଛି ବୋଲି ସେ କହିଥିଲେ । ଜବ ପ୍ରୋଫାଇଲ୍ କଣ ରହିଛି ପ୍ରଶ୍ନରେ ମନ୍ଦିରା ଅଲଗା ଅଲଗା ଅନଲାଇନ୍ ୱେବସାଇଟ୍କୁ ରେଟ୍ ଓ ରିଭ୍ୟୁ ଦେବାର କାମ ରହିଛି ବୋଲି କହିଥିଲେ । ଏହା ସହିତ ଏହି କାମ Ixigo live service କମ୍ପାନୀ ସହିତ କରିବାକୁ ହେବ ବୋଲି କହିଥିଲେ ଯାହା ଏକ ଜଣାଶୁଣା କମ୍ପାନୀ ବୋଲି ପୀଡିତାଙ୍କୁ କୁହାଯାଇଥିଲା ।

ମନ୍ଦିରା ପୀଡିତାଙ୍କୁ ପୁରା କାମ ବିଷୟରେ ବୁଝାଇଥିଲେ ଓ କହିଥିଲେ ପ୍ରତିଦିନ ନୂଆ ଟାକ୍ସ କରିବାକୁ ପଡିବ । ଏହାପରେ ପୀଡିତାଙ୍କର ଭରସା ଆସିଥିଲା । ଏହା ସହିତ ମନ୍ଦିରା ପୀଡିତାଙ୍କୁ ଲୋଭ ଦେଖାଇଥିଲା ଯେ, ସେ କିଛି ଟଙ୍କା ନିବେଶ କରି ନିଜ ପଇସାକୁ ଡବଲ ବି କରିପାରିବେ । କିଛି ଦିନ କାମ କରିବା ପରେ ମହିଳାଙ୍କର ଏହି ସଂସ୍ଥା ଉପରେ ପୁରା ଭରସା ହୋଇ ଯାଇଥିଲା ।

ମହିଳା ନିଜ ଟଙ୍କାକୁ ଡବଲ କରିବା ଲୋଭରେ ଅଲଗା ଅଲଗା ଟ୍ରାନଜାକସନ୍ ରେ ମୋଟ ୭.୯୧ ଲକ୍ଷ ଟଙ୍କା ନିବେଶ କରିଦେଲେ । ତେବେ ଏହି ଠକ ସଂସ୍ଥା ପ୍ରଥମରୁ ପୀଡିତାଙ୍କ ଭରସା ଜିତିବା ଲାଗି ତାଙ୍କୁ ୧୭,୦୦୦ ଟଙ୍କା ରିଟର୍ଣ୍ଣ ବି ଦେଇଥିଲା । ଯେତେବେଳେ ମହିଳା ଜଣକ ୱେବସାଇଟ୍ କୁ ଆକ୍ସେସ୍ କରି ପାରି ନ ଥିଲେ ସେତେବେଳେ ସେ ଜାଣିପାରିଥିଲେ ଯେ, ସ୍କାମର ଶିକାର ହୋଇଛନ୍ତି ବୋଲି ।