ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ୪୬୬ଟି ପଦରେ ଭର୍ତ୍ତି ପାଇଁ ବିଜ୍ଞାପନ ଜାରି ହୋଇଛି । ଅଷ୍ଟମ, ଦଶମ ଓ ଆଇଟିଆଇ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କୁ ଡ୍ରାଫ୍ଟସମ୍ୟାନ, ଇଲେକ୍ଟ୍ରିସିଆନ, ଫିଟର, ପାଇପ୍ ଫିଟର, ଷ୍ଟ୍ରକଚରାଲ ଫିଟର, ୱେଲଡର, କୋପା, କାର୍ପେଣ୍ଟର, ରିଗର ଆଦି ପଦରେ ନିଯୁକ୍ତି ଦିଆଯିବ ।
ଜୁଲାଇ ମାସ ୫ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୬ ତାରିଖରେ ସମାପ୍ତ ହେବ । ଏହାପରେ ଅଗଷ୍ଟ ମାସରେ ଯୋଗ୍ୟ ଓ ଅଯୋଗ୍ୟ ପ୍ରାର୍ଥୀଙ୍କର ଲିଷ୍ଟ ଜାରି କରାଯିବ । ଏହାପରେ ଅନଲାଇନ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ / ହଲ୍ ଟିକେଟ୍ ଡାଉନଲୋଡ୍ କରାଯିବ । ତା’ପରେ ଅନଲାଇନରେ ପରୀକ୍ଷା ଆୟୋଜିତ ହେବ । ଜେନେରାଲ, ଓବିସି, ଇଡବ୍ଲ୍ୟୁଏସ ଓ ଏଏଫସି ବର୍ଗର ପ୍ରାର୍ଥୀମାନେ ବ୍ୟାଙ୍କ ଚାର୍ଜ ସହିତ ୧୦୦ ଟଙ୍କା ଆବେଦନ ଫିସ୍ ଦାଖଲ କରିବେ । ଏସସି, ଏସଟି, ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି ।
ବିଭିନ୍ନ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ଗ୍ରୁପ-ଏ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ସହିତ ସାଧାରଣ ବିଜ୍ଞାନ ଓ ଗଣିତ ବିଷୟ ରହିବା ଆବଶ୍ୟକ । ଗ୍ରୁପ-ବି ପଦ ପାଇଁ ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟରେ ଆଇଟିଆଇ ପାସ୍ କରିଥିବେ । ଗ୍ରୁପ-ସି ପଦ ପାଇଁ ପ୍ରାର୍ଥୀ ଅଷ୍ଟମ ପାସ୍ କରିବା ସହିତ ବିଜ୍ଞାନ ଓ ଗଣିତ ବିଷୟ ରଖିଥିବେ ।
ଅନଲାଇନ୍ ଆବେଦନ ଲିଙ୍କ: https://www.mazagondock.in/app/mdlapprentice/Login.aspx
ନୋଟିଫିକେସନ ଲିଙ୍କ: https://www.mazagondock.in/app/mdlapprentice/writereaddata/UploadNotice/MDL_ATS_Rules_Regulation_Intake%2004072023.pdf
ଅଫିସିଆଲ ୱେବସାଇଟ୍ ଲିଙ୍କ: http://mazagondock.in/