fbpx

(Video) ବାହାନଗା ଦୁର୍ଘଟଣାର ପର୍ଦ୍ଦାଫାଶ! ବେଶ ବଦଳାଇ ରିଲେ ରୁମରେ ପଶିଥିଲେ ଷଡଯନ୍ତ୍ରକାରୀ, CBI ହାତରେ ତଥ୍ୟ

ବାଲେଶ୍ୱର: ବାହାନଗା ଟ୍ରିପଲ ଟ୍ରେନ ଟ୍ରାଜେଡିକୁ ନେଇ ସିବିଆଇ ଖୋଳତାଡ ଜାରି ରଖିଛି । ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଘନଘନ ଜେରା କରୁଛି ସିବିଆଇର ସ୍ୱତନ୍ତ୍ର ଟିମ୍ । କେମିତି ହେଲା ଏତେ ବଡ଼ ଦୁର୍ଘଟଣା? କିଏ କରିଥିଲା ଦୁର୍ଘଟଣାର ଷଡ଼ଯନ୍ତ୍ର? ଏମିତି ଅନେକ ପ୍ରଶ୍ନ ଘେରରେ ଅଭିଯୁକ୍ତଙ୍କୁ ବାନ୍ଧିଛି ସିବିଆଇ । ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି ଦୁର୍ଘଟଣାରେ ଟଙ୍କାର କାରବାର ହୋଇଛି କି ନାହିଁ । ଏମିତି ସବୁ ଦିଗକୁ ନେଇ ହେଉଛି ସିବିଆଇ ଜୋରଦାର ତଦନ୍ତ ଜାରି ରଖିଛି । ଜଣଙ୍କ ପରେ ଜଣଙ୍କୁ ଜେରା କରୁଛି ସିବିଆଇ ।

ପୂର୍ବରୁ ୩ ଜଣଙ୍କ ରେଳ କର୍ମଚାରୀ ସିନିୟର ସେକସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତି, ସେକ୍ସନ ଇଞ୍ଜିନିୟର ମହମ୍ମଦ ଆମିର ଖାଁ ଏବଂ ଟେକନିସିଆନ୍ ପପୁ କୁମାର ଗିରଫ କରି ଜେରା କରୁଥିବା ବେଳେ ଏବେ ପୁଣିଥରେ ୨ ଜଣ ରେଳ କର୍ମଚାରୀଙ୍କୁ ଜେରା ଚାଲିଛି । ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ କରାଯାଇଛି ଜେରା । ଯେଉଁଥିରେ ସିବିଆଇକୁ ମିଳିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରିଲେ ରୁମରେ କିଏ ବାହାର ଲୋକ ଥିଲେ କି ନାହିଁ ସେହି ଦିଗରେ ଅଧିକ ପଚରାଉଚରା କରିଛି ସିବିଆଇ । ଏମିତି ପ୍ରଶ୍ନ ପଛରେ ମଧ୍ୟ ଅନେକ କାରଣ ରହିଛି । ରିଲେ ରୁମରେ ରେଳ କର୍ମଚାରୀ ମାନଙ୍କର କିଛି ତୃଟି ନାହିଁ ତେବେ କେହି ବାହର ଲୋକ ଆସି ଏମିତି କରିଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ଯାହାକୁ ରେଳ କର୍ମଚାରୀମାନେ ହିଁ ଭିତରକୁ ପ୍ରବେଶ କରାଇଥିବେ । ଯେଉଁମାନେ ରିଲେ ରୁମରେ ବସି ସିଗନାଲିଂ ସିଷ୍ଟମରେ ସମସ୍ୟା ସୃଷ୍ଟି କରିଥାଇପାରନ୍ତି । କାରଣ ପୂର୍ବରୁ ପ୍ରାଥମିକ ତଦନ୍ତ ସମୟରେ ଜଣା ପଡ଼ିଥିଲା କି ସିଗନାଲରେ ତ୍ରୁଟି ପାଇଁ ହୋଇଥିଲା ଦୁର୍ଘଟଣା । ହେଲେ ସେହି ସିଗନାଲିଂରେ କିଏ ଏପଟ ସେପଟ କରିଛି ତାକୁ ହିଁ ଧରିବାକୁ ସିବିଆଇ ଜେରା କରୁଛି ।

ସେପେଟ ଗତକାଲି ଦୁଇଜଣ ବରିଷ୍ଠ ରେଳ କର୍ମଚାରୀଙ୍କୁ ଜେରା କରାଯାଇଛି । ସେମାନେ ରିଲେ ରୁମ ସିଗନାଲ କର୍ମଚାରୀ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପୂର୍ବରୁ ସେମାନେ କେଉଠି ଉପସ୍ଥିତ ଥିଲେ, ଦୁର୍ଘଟଣା ସମୟରେ କଣ କରୁଥିଲେ, ଅଭିଯୁକ୍ତ ମାନଙ୍କର ଗତିବିଧି କଣ ଥିଲା ଏବଂ ରିଲେ ରୁମରେ କେହି ବାହର ଲୋକ ଉପସ୍ଥିତ ଥିଲେ କି ? ଏ ସବୁ ଦିଗ ଉପରେ ଜେରା କରାଯାଇଛି । ତେବେ ମଙ୍ଗଳବାର ଷ୍ଟେସନ ମାଷ୍ଟରଙ୍କୁ ମଧ୍ୟ ଜେରା କରାଯିବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.