fbpx

ଓଇସିଡିର ସର୍ଭେ: ୨୭% ଚାକିରୀ ଉପରେ ପଡିବ ଏଆଇର ପ୍ରଭାବ

ନୂଆଦିଲ୍ଲୀ: ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତଥା ଏଆଇର ପ୍ରଭାବ ସାରା ବିଶ୍ୱରେ ବଢିବାରେ ଲାଗିଛି। ଏହା ସହ ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଲାଗିରହୁଛି। ଲୋକମାନଙ୍କ ଭିତରେ ଏହାକୁ ନେଇ ଡର ହେଉଛି ,କି ଏଆଇ ସେମାନଙ୍କର ଚାକିରି ଛଡେଇ ନେବନି ତ। ଯଦି ଆପଣମାନଙ୍କ ମନରେ ଏହି ପ୍ରଶ୍ନ ଆସୁଛି ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟକ ହେବ। ଅର୍ଗାନାଇଜେସନ ଅଫ ଇକୋନୋମିକ କୋପରେସନ ଆଣ୍ଡ ଡେଭଲପମେଣ୍ଟ (ଓଇସିଡି) ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ଏଆଇ ବର୍ତ୍ତମାନ ପ୍ରାରମ୍ଭିକ ସ୍ତରରେ ଅଛି। ଯେହେତୁ ଏଆଇର ବିସ୍ତାର କରୁଛି ଏହା ବିକଶିତ ଦେଶ ଉପରେ ପ୍ରଭାବ ପକାଇବ।

ଅର୍ଗାନାଇଜେସନ ଅଫ ଇକୋନୋମିକ କୋପରେସନ ଆଣ୍ଡ ଡେଭଲପମେଣ୍ଟର ସର୍ଭେ ମୁତାବିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ୱାରା ପାଖାପାଖି ୨୭ ପ୍ରତିଶତ ଚାକିରି ଉପରେ ପ୍ରଭାବ ପଡିବ। ଏଥିରେ ମ୍ୟାନୁଫ୍ୟାକ୍ଚରିଂ, ପରିବହନ, ପ୍ରଶାସନିର ସେବା ଭଳି ବିଭାଗ ଅନ୍ତର୍ଭୁକ୍ତ।

ଓଇସିଡିର ଏହି ସର୍ଭେରେ କୁହାଯାଇଛି ଯେ, ଏଆଇର ପ୍ରଭାବ ବିକଶୀତ ଦେଶ ଗୁଡିକ ଉପରେ ପଡିବା ସହ ମେକ୍ସିକୋ ଓ ଏସ୍ଟୋନିଆ ଭଳି ଦେଶରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ଓଇସିଡି କହିଛି ଯେ ଏହାର କୌଣସି ଦୃଢ ପ୍ରମାଣ ନାହିଁ କାରଣ ଏଆଇ ଏବା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି..କିନ୍ତୁ ଯେଭଳି ଭାବରେ ଏହା ବିସ୍ତାର କରୁଛି ଖୁବଶୀଘ୍ର ଏହାର ପ୍ରଭାବ ଦେଖିବାକୁ ମିଳିବ। ଓଇସିଡି ଏହା ମଧ୍ୟ କହିଛି ଯେ ଏହାର ସକରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ..ଯେଉଁ ବ୍ୟକ୍ତିମାନେ ଏହି ଟେକ୍ନୋଲୋଜିକୁ ସକରାତ୍ମକ ଭାବରେ ବ୍ୟବହାର କରିବା ସେମାନେ ଏହାର ଲାଭ ପାଇ ପାରିବେ।

ପ୍ୟାରିସର ଏକ ସଂଗଠନରେ କୁହାଯାଇଛି ଯେ ୨୦୨୩ର ଚାକିରୀ କ୍ଷେତ୍ରରେ ପୂର୍ବ ୟୁରୋପୀୟ ଦେଶ ଉପରେ ଏଆଇର ପ୍ରଭାବ ବେଶି ପଡିବ। ଖାସକରି ଏହି ଚାକିରୀ ଗୁଡିକ ଯେଉଁଥିରେ ସ୍କିଲର ବ୍ୟବହାର ହୁଏ ସେଥିରେରେ ୨୭ ପ୍ରତିଶତ ପର୍ଯ୍ୟନ୍ତ ଚାକିରୀ କମ ହେବାର ଅନୁମାନ କରାଯାଉଛି। ତେବେ ଏହି ସର୍ଭେରେ ପାଖାପାଖି ୨୦୦୦ କମ୍ପାନୀ ଓ ୫୩୦୦ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା।

Get real time updates directly on you device, subscribe now.