fbpx

(Video) ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ: ଏୟାରପୋର୍ଟରୁ ପାଛୋଟି ନେଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ପରିପ୍ରେକ୍ଷୀରେ ସେ ଆଜି ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି । ପ୍ୟାରିସର ଓରଲି ବିମାନ ବନ୍ଦରରେ ମୋଦୀଙ୍କ ବିମାନ ଅବତରଣ କରିବା ପରେ ତାଙ୍କୁ ଅତଇଥି ଦେଶ ତରଫରୁ ମିଳିଛି ଏକ ଭବ୍ୟ ସ୍ୱାଗତ । ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବୋର୍ଣ୍ଣ ବିମାନ ବନ୍ଦରରୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଛନ୍ତି । ଗାର୍ଡ ଅଫ୍ ଅନର ସହିତ ମୋଦୀଙ୍କ ଫ୍ରାନ୍ସରେ ସ୍ୱାଗତ ଜଣାଯାଇଛି ।

ଭାରତୀୟ ସମୟ ଅନୁସାରେ, ସନ୍ଧ୍ୟା ପ୍ରାୟ ୭.୩୦ରେ ସିନେଟର ଅଧ୍ୟକ୍ଷ ଗେରାଡ ଲାର୍ଚରଙ୍କୁ ଭେଟିବେ ମୋଦୀ । ଏହାପରେ ପ୍ରାୟ .୪୫ ରେ ପିଏମ ମୋଦୀ ଏବଂ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ । ଏହାପରେ ରାତ୍ରି ୧୧ଟା ସମୟରେ ପ୍ରତିଷ୍ଠିତ ଲା ସିନ ମ୍ୟୁଜିକାଲରେ ଭାରତୀୟ ସମୁଦାୟଙ୍କୁ ନେଇ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ଭାରତର ପ୍ରଧାନମନ୍ତ୍ରୀ । ଏହାପରେ ଭାରତୀୟ ସମୟାନୁସାରେ, ରାତ୍ରି ପ୍ରାୟ ୧୨.୩୦ ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ତରଫରୁ ଆୟୋଜିତ ଏକ ରାତ୍ରିଭୋଜନରେ ଯୋଗ ଦେବାର ସୂଚୀ ରହିଛି ।

Get real time updates directly on you device, subscribe now.