fbpx

ମଣିଷ କଙ୍କାଳ ଚୋରା ଚାଲାଣ, ଜବତ କଲା FBI

ଆପଣମାନେ ପ୍ରାୟତଃ ମଣିଷ ଅଙ୍ଗ ଚୋରା ଚାଲାଣ ବିଷୟରେ ଶୁଣିଥିବେ । ବେଳେ ବେଳେ ମଣିଷର ମୃତ ଶରୀର ଚାଲାଣର ଖବର ମଧ୍ୟ ସାମ୍ନାକୁ ଆସିଥାଏ । କିନ୍ତୁ ଆପଣମାନେ କେବେ ମଣିିଷର କଙ୍କାଳ ଚାଲାଣ ବିଷୟରେ ଶୁଣିଛନ୍ତି କି ? ଆଜ୍ଞା ହଁ, ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବାକୁ ମିଳିଛି ଆମେରିକାରେ । ଜଣେ ବ୍ୟକ୍ତିଙ୍କ ଘରୁ ଗୋଟିଏ କି ଦୁଇଟି ନୁହଁ ବରଂ ୪୦ଟି ମଣିଷ କଙ୍କାଳ ମିଳିଛି ।

ସୂଚନା ଅନୁସାରେ, ଆମେରିକାର କେଣ୍ଟୁକି ଲୁଇସଭିଲାରେ ରହୁଥିବା ଜଣେ ୩୯ ବୟସ୍କ ବ୍ୟକ୍ତି ଜେମ୍ସ ବିଲିୟମଙ୍କ ଘରୁ ୪୦ଟି ମଣିଷ କଙ୍କାଳ ଜବତ ହୋଇଛି । ଆମେରିକାର Federal Bureau of Investigation (FBI) ଅଭିଯୁକ୍ତଙ୍କ ଘରେ ଚଢାଉ କରି ଏହି ୪୦ଟି ମଣିଷ କଙ୍କାଳକୁ ଜବତ କରିବା ସହ ଘରକୁ ମଧ୍ୟ ସିଲ୍ କରଛନ୍ତି । ଅଭିଯୁକ୍ତ ଜଣକ କଙ୍କାଳ ଗୁଡିକ ତାର ଘରେ ରଖିବା ସହ, ସେଗୁଡିକ ତାର ବନ୍ଧୁ ବୋଲି କହିଛି ।

ତେବେ ଅନୁସନ୍ଧାନରୁ ଜଣା ପଡିଛି ଯେ, ଅଭିଯୁକ୍ତ ଜଣକ ଏକ ଅଣ୍ଡରଗ୍ରାଉଣ୍ଡ୍ ଗ୍ରୁପ ସହିତ ଜଡିତ ଅଛି । ଏହି ଗ୍ରୁପ ବେଆଇନ ଭାବରେ ମଣିଷ କଙ୍କାଳକୁ କିଣାବିକା କରନ୍ତି । ଏହି କଙ୍କାଳ ଗୁଡିକୁ ବିପୁଳ ମୂଲ୍ୟ ଦେଇ କିଣାଯାଏ । ଲୋକମାନେ ଏହି କଙ୍କାଳକୁ ଘର ସାଜସଜ୍ଜା ପାଇଁ ବ୍ୟବହାର କରନ୍ତି ।

ସୂଚନା ଅନୁସାରେ ଏହି ଅଣ୍ଡରଗ୍ରାଉଣ୍ଡ୍ ଗ୍ରୁପର ସଦସ୍ୟ ମାନେ ହାର୍ଭାର୍ଡର ପ୍ରତିଷ୍ଠିତ ମେଡିକାଲ ସ୍କୁଲରୁ ମଣିଷର ମସ୍ତିଷ୍କ, ହୃତପିଣ୍ଡ, ଚର୍ମ ଏବଂ ଭ୍ରୁଣ ଚୋରି କରନ୍ତି । ତେବେ ଏଫବିଆଇ ଦେଇଥିବା ସୂଚନା ଅନୁସାରେ ଏହା ପର୍ବରୁ ଏହି ଗ୍ରୁପର ଜେରେମୋ ପାଲି ନାମକ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.