fbpx

ବିମାନ ପରି ଟ୍ରେନରେ ବି ଲଗେଜ୍ ନେଇଯିବାର ସୀମା ରହିଛି , ଅଧିକ ହେଲେ ଭରିବାକୁ ପଡିପାରେ ମୋଟା ଅଙ୍କର ଜୋରିମାନା

ନୂଆଦିଲ୍ଲୀ:ଭାରତୀୟ ରେଳ ଯୋଗାଯୋଗର ଏକ ବଡ ମାଧ୍ୟମ । ଲୋକମାନେ ଟ୍ରେନରେ ଏକ ସୁବିଧାଜନକ ଉପାୟରେ ଯାତ୍ରା କରିପାରନ୍ତି । ତେବେ ସମସ୍ତଙ୍କ ସୁବଇଦାକୁ ନଜରରେ ରଖି ରେଳ ବିଭାଗ ଯାତ୍ରୀଙ୍କ ଲାଗି ଲଗେଜ୍ ନେଇଯିବାକୁ ନେଇ କିଛି ନିୟମ ତିଆରି କରିଛି । ଯାତ୍ରୀ ଏକ ସୀମା ପର୍ଯ୍ୟନ୍ତ ହିଁ ଲଗେଜ୍ ନେଇପାରିବେ । କିନ୍ତୁ ରେଳ ବିଭାଗର ଏହି ନିୟମ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ଫଳରେ ଏହି ଲଗେଜ୍ ଲାଗି ଲୋକଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏକ ନିର୍ଦ୍ଧିଷ୍ଟ ସୀମାରୁ ଅଧିକ ଲଗେଜ୍ ନେବା ଦ୍ୱାରା ଯାତ୍ରୀଙ୍କୁ ଅଧିକ ଭଡା ଦେବାକୁ ପଡିଥାଏ । ଏପରିକି ବହୁ କେସ୍ ରେ ଜୋରିମାନା ବି ଦେବାକୁ ପଡିଥାଏ ।

ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଟୁଇଟ୍ ରେ ସୂଚନା ଦିଆଯାଇଛି ଯେ, ଯାତ୍ରୀମାନେ ନିଜ ସାଥିରେ ଅଧିକ ଲଗେଜ୍ ଧରି ଯାତ୍ରା କରିବା ଅନୁଚିତ । ଏହି କ୍ରମରେ ଆସନ୍ତୁ ଜାଣିବା ଟ୍ରେନର ସ୍ଲିପର ଓ ଏସି କୋଚ୍ ରେ କେତେ ଲଗେଜ୍ ନେଇ ଯାଇପାରିବେ ।
ଏସି ଓ ସ୍ଲିପର କୋଚ୍ ରେ କେତେ ଲଗେଜ୍ ନେଇଯାଇପାରିବେ:
ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀ ନିଜ ସହିତ ଅତି ବେଶୀରେ ୫୦ କିଲୋ ପର୍ଯ୍ୟନ୍ତ ଲଗେଜ୍ ନେଇପାରିବ । ଏହା ଠାରୁ ଅଧିକ ଓଜନର ସାମଗ୍ରୀ ନେଉଥିଲେ ବ୍ୟକ୍ତିଙ୍କ୍ୁ ଭଡା ଦେବାକୁ ହେବ । ଏଥିପାଇଁ ଅଲଗା ଟିକେଟ ବି ନେବାକୁ ହୋଇଥାଏ । କିନ୍ତୁ ଯଦି ଆପଣ ଏସି କୋଚ୍ରେ ଯାତ୍ରା କରୁଛନ୍ତି ତେବେ ଏଥିପାଇଁ ଅଲଗା ନିୟମ ରହିଛି । ଏସି କୋଚ୍ରେ ବିନା ଶୁଳ୍କରେ ୭୦ କିଲୋ ପର୍ଯ୍ୟନ୍ତ ସାମଗ୍ରୀ ନେଇଯାଇପାରିବେ । ଅନ୍ୟପକ୍ଷରେ ସ୍ଲିପର କୋଚ୍ରେ ଜଣେ ବ୍ୟକ୍ତି କେବଳ ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ନିଜ ସାଥିରେ ନେଇ ଯାଇପାରିବ ।
ଲଗେଜର ଆକାରକୁ ନେଇ ନିୟମ:
ଟ୍ରେନରେ ଯାତ୍ରା କରିବା ସମୟରେ ବଡ ଆକାରର ସାମଗ୍ରୀକୁ ନେଇ ବି ଅଲଗା ନିୟମ ରହିଛି । ଯଦି ଯାତ୍ରୀ ନିଜ ସହିତ ବଡ ଆକାରର ସାମଗ୍ରୀ ନେଇ ଯାଉଛନ୍ତି ତେବେ ତାଙ୍କୁ ୩୦ ଟଙ୍କା ଶୁଳ୍କ ଦେବାକୁ ହେବ । ନିର୍ଦ୍ଧାରିତ ସୀମାରୁ ଅଧିକ ସାମଗ୍ରୀ ହେଲେ ଯାତ୍ରୀଙ୍କୁ ଦେଢ ଗୁଣ ଅଧିକ ଚାର୍ଜ ଦେବାକୁ ପଡିବ ।
ମେଡିକାଲ୍ ସାମଗ୍ରୀ ଲାଗି ନିୟମ:
ଯଦି କୌଣସି ଯାତ୍ରୀଙ୍କ ସହ ରୋଗୀ ଯାତ୍ରା କରୁଛନ୍ତି ତେବେ ମଧ୍ୟ ରୋଗୀର ଆବଶ୍ୟକ ସାମଗ୍ରୀ ଲାଗି ରେଳ ବିଭାଗର ଅଲଗା ନିୟମ ରହିଛି । ଏହି ନିୟମ ଅନୁସାରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯାତ୍ରୀ ନିଜ ସହିତ ଅକ୍ସିଜେନ୍ ସିଲିଣ୍ଡର ଓ ଷ୍ଟାଣ୍ଡ ନେଇ ଯାଇପାରିବ ।

Get real time updates directly on you device, subscribe now.