fbpx

(Video) ସତ ହେଉଛି ମାଳିକାବାଣୀ.. ଖୋଲୁଛି ଶ୍ରୀମନ୍ଦିରର ସବୁ ଦୁଆର: ଏଥର ଶେଷ ହେବ ପୃଥିବୀ, ଆସୁଛି ପ୍ରଳୟ

ହଜାର ହଜାର ବର୍ଷ ଧରି ପୁରୀ ଶ୍ରୀମନ୍ଦିରରେ ଚାଲି ଆସୁଥିବା ପରମ୍ପରା ଆଜି ଭାଙ୍ଗି ଯାଇଛି । ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଯାଇଛି ବଡ଼ ଦେଉଳର ପଶ୍ଚିମ ଦୁଆର । ବର୍ତ୍ତମାନ ଶ୍ରୀମନ୍ଦିରର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି ସତ, କିନ୍ତୁ ବହୁ ପୂର୍ବରୁ ଏହାର ଭବିଷ୍ୟବାଣୀ କରି ଯାଇଛି ମହାପୁରୁଷ ଅଚ୍ୟୁତାନନ୍ଦ । କଳିଯୁଗ ଶେଷରେ ପୁରୀ ଶ୍ରୀମନ୍ଦିରର ହଜାର ହଜାର ବର୍ଷ ପରମ୍ପରା ହଜିଯିବ ବୋଲି ସେ ମାଳିକାରେ ଲେଖିଥିଲେ । ଆଉ ବର୍ତ୍ତମାନ ମାଳିକାବାଣୀ ଅନୁସାରେ ସମସ୍ତ ଘଟଣା ଗୋଟି ଗୋଟି କରି ଘଟି ଚାଲିଛି । ତେବେ ଏହିପରି ଯଦି ଶ୍ରୀମନ୍ଦିରର ଚାରି ଦୁଆର ଖୋଲି ଦିଆଯାଏ, ତେବେ ଏହାପରେ ପୃଥିବୀକୁ ଘୋଟି ଆସିବ ମହାପ୍ରଳୟ । ଧ୍ୱଂସ ପାଇଯିବ ପୃଥିବୀ ଆଉ ବାର ହାତ ଖଣ୍ଡା ଧରି ଧରାକୁ ଓହ୍ଲାଇବେ କଳକୀ ।

ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଚାରି ପାଖରେ ଚାରି ଦୁଆର ରହିଛି ସତ, କିନ୍ତୁ ଭକ୍ତଙ୍କ ପ୍ରବେଶ ପାଇଁ ମାତ୍ର ଗୋଟିଏ ଦୁଆର(ସିଂହଦ୍ୱାର)କୁ ଖୋଲାଯାଇଥିଲା । କିନ୍ତୁ ବର୍ତ୍ତମାନ ଦ୍ୱିତୀୟ ଦ୍ୱାର(ପଶ୍ଚିମ ଦ୍ୱାର) ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏହି ରାସ୍ତାରେ ପୁରୀର ବାସିନ୍ଦା ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ତେବେ ମହାପ୍ରଭୁଙ୍କ ଏହି ଦୁଆର ଖୋଲିବାକୁ ନେଇ ମାଳିକାରେ କିଛି ଅଲଗା ବାଣୀ ରହିଛି । ଶ୍ରୀମନ୍ଦିରରେ ଯେବେ ସମସ୍ତ ଦୁଆର ଖୋଲିଯିବ, ସେବେ ପୃଥିବୀକୁ ମହାପ୍ରଳୟ ମାଡ଼ି ଆସିବ ଏବଂ କଳିଯୁଗର ଅନ୍ତ ଘଟିବ ବୋଲି ମାଳିକାରେ ବର୍ଣ୍ଣିତ ରହିଛି । ମାଳିକାରେ ଏହି ଭବିଷ୍ୟବାଣୀ ଆଉ ବର୍ତ୍ତମାନ ଘଟୁଥିବା ପ୍ରତ୍ୟେକଟି ଘଟଣା ମଧ୍ୟରେ ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳିଛି । ତେଣୁ ପଶ୍ଚିମ ଦ୍ୱାର ଖୋଲିବା ପରେ ଲୋକଙ୍କ ମନରେ ଭୟ ମଧ୍ୟ ବସା ବାନ୍ଧିଲାଣି । ସତରେ କ’ଣ ଖୋଲିବ ଶ୍ରୀମନ୍ଦିରର ସମସ୍ତ ଦ୍ୱାର? ସତରେ କ’ଣ ଆସୁଛି ମହାପ୍ରଳୟ? ଏମିତି ଅନେକ ପ୍ରଶ୍ନରେ ଏବେ ପୃଥିବୀବାସୀ ଘାଣ୍ଟି ହେଉଛନ୍ତି ।

ମାଳିକା ଅନୁସାରେ, ପୃଥିବୀରେ ଅନେକ ଘଟଣା ସତ ପାଲଟି ସାରିଛି । ବିଶେଷ କରି ପୁରୀ ଶ୍ରୀମନ୍ଦିରକୁ ନେଇ ମହାପୁରୁଷ କରିଥିବା ଅନେକ ଭବିଷ୍ୟବାଣୀ ସତ ହୋଇ ସାରିଛି । ଶ୍ରୀମନ୍ଦିରର ନୀଳଚକ୍ରରେ ନିଆଁ ଲାଗିବା, ମନ୍ଦିର ଉପରେ ଚିଲ ଉଡ଼ିବା ସହିତ ଶ୍ରୀମନ୍ଦିର ଭିତରେ ରକ୍ତଛିଟା ପଡ଼ିବା ଭଳି ମାଳିକା ବଚନ ସତରେ ପ୍ରମାଣିତ ହୋଇ ସାରିଲାଣି । ଏପରିକି ମନ୍ଦିରର ପତିତପାବନ ବାନା ମଧ୍ୟ ନୀଳଚକ୍ର ଛାଡ଼ି ଉଡ଼ି ଯାଇଥିବା ଦେଖିବାକୁ ମିଳିସାରିଛି । ସେହିପରି ୨୦୨୩ ମସିହାରେ ଓଡ଼ିଶାରେ ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ହେବା ନେଇ ଏଥିରେ କୁହାଯାଇଥିଲା, ଯାହା ନିକଯରେ ବାଲେଶ୍ୱର ବାହାନଗାରେ ଘଟିଯାଇଛି । ତେବେ ଏସବୁ ପରେ ଚାରି ଦୁଆର ଖୋଲିଲେ ପୃଥିବୀକୁ ବିପଦ ଅଛି ବୋଲି ଭୟ ବୃଦ୍ଧି ପାଉଛି ।

Get real time updates directly on you device, subscribe now.