fbpx

Boyfriend ଙ୍କୁ ପ୍ରପୋଜ କରୁଥିଲେ: ପାଦ ଖସିବାରୁ ୧୦୦ ଫୁଟ ପାହାଡ଼ ତଳକୁ ଖସି ପଡ଼ିଲେ… ଆଉ ତା’ପରେ

ନୂଆଦିଲ୍ଲୀ: ଆଜିକାଲି ପ୍ରେମ ନିବେଦନ କରିବା ପାଇଁ ବିଭିନ୍ନ ପ୍ରକାର ନୂଆ ନୂଆ ଯୋଜନା କରୁଛନ୍ତି ପ୍ରେମୀ । ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କିଛି କିଛି ନୂଆ କରିବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଏହି ମୁହୂର୍ତ୍ତ ଜଣେ କପୁଲଙ୍କ ପାଇଁ ଖୁବ ବିପଦଜନକ ପାଲଟିଯାଇଛି । ବୟଫ୍ରେଣ୍ଡଙ୍କୁ ପ୍ରପୋଜ କରିବା ପରେ ସେମାନଙ୍କ ସହ ଏମିତି କିଛି ଘଟଣା ଘଟିଯାଇଛି ଯାହାର ପରିଣାମ ଖୁବ ଭୟଙ୍କର ହୋଇଛି । ପ୍ରପୋଜ କରିବା ପରେ ଅଚାନକ ପାଦ ଖସିଯିବାରୁ ୧୦୦ ଫୁଟ ତଳକୁ ଖସି ପଡ଼ିଛନ୍ତି ଯୁବତୀ ।

୩୯ ବୟସର ୟେସିମ ଦେମିର ପ୍ରେମିକଙ୍କୁ ପ୍ରପୋଜ କରିବା ସହ ଏହି ସୁବର୍ଣ୍ଣ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ପାହାଡ଼ି ଇଲାକାକୁ ଚାଲି ଯାଇଥିଲେ । ଏଠାରେ ଉଭୟ ଉଭୟଙ୍କ ମନର କଥା ନିଜ ଜୀବନ ସାଥୀଙ୍କ ଆଗରେ ପରିପ୍ରକାଶ କରିଥିଲେ ଏବଂ ଖୁବ ଖୁସି ମଧ୍ୟ ଥିଲେ । ଏହାସହିତ ପାହାଡ଼ ଉପରୁ ସୂର୍ଯ୍ୟାସ୍ତର ସୁନ୍ଦର ଫଟୋମଧ୍ୟ ଉଠାଇଥିଲେ ଦୁଇ ପ୍ରେକମୀ । କିନ୍ତୁ ତାଙ୍କର ଏହି ଖୁସି ଖୁବ କମ୍ ସମୟ ପାଇଁ ଥିଲା । କାରଣ ଏହାର ଠିକ୍ ପର ମୁହୂର୍ତ୍ତରେ ତାଙ୍କ ସହ ଘଟିଯାଇଛି ଏକ ଅବିଶ୍ୱସନୀୟ ଘଟଣା । ହଠାତ୍ ଏହି ସମୟରେ ୟେସିମଙ୍କ ପାଦ ଖସିଯାଇଥିଲା ଏବଂ ସେ ପାହାଡ଼ ଉପରୁ ୧୦୦ ଫୁଟ ତଳକୁ ଖସି ପଡ଼ିଛନ୍ତି ।

ପ୍ରପୋଜ କରିବା ପରେ ବୟଫ୍ରେଣ୍ଡ ଗାଡ଼ିରୁ କିଛି ଜିନିଷ ଆଣିବା ପାଇଁ ଯାଇଥିଲେ । କିନ୍ତୁ ଏହି ସମୟରେ କେହି ଜଣେ ଜୋରସେ ପାଟି କରିବାର ଶବ୍ଦ ଶୁଭିଲା । ସେ ଦୌଡ଼ି ସେଠାରେ ପହଞ୍ଚିବା ବେଳକୁ ୟେସିମ ପାହାଡ଼ରୁ ୧୦୦ ଫୁଟ ତଳକୁ ଖସି ଯାଇଛନ୍ତି । ଏହାପରେ ସେ କହିଛନ୍ତି ଯେ, ତଳେ ପଡ଼ିବା ପରେ ୟେସିମ ଜୀବିତ ଥିଲେ । କିନ୍ତୁ କିଛି ସମୟ ପରେ ସେ ପ୍ରାଣ ହରାଇଛନ୍ତି । ତେବେ ଉପରୁ ଖସିବା ପୂର୍ବରୁ ସେ ସାମାନ୍ୟ ମଦ୍ୟପାନ କରିଥିବା ପ୍ରକାଶ କରିଛନ୍ତି ୟେସିମଙ୍କ ବୟଫ୍ରେଣ୍ଡ ଗୁରସୁ ।

Get real time updates directly on you device, subscribe now.