fbpx

ନିଯୁକ୍ତି ପର୍ବ: ଆଜି ୩୨୫ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ , ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସୂଚନା

ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଲୋକସେବା ଭବନରେ ୩୨୫ ସ୍ନାତକୋତ୍ତର ଶିକ୍ଷକ ଏବଂ ୨୦୨୩ ମସିହା ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବେ । ୨୧ଟି ବିଷୟରେ ୩୨୫ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ କୁହାଯାଇଛି ।

ନିକଟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୪୦୬ ନୂଆ ନିଯୁକ୍ତି ଦିଆଯାଇଛି । ଏଥିମଧ୍ୟରୁ ୨୬୧ ଜଣ ସହକାରୀ କୃଷି ଅଧିକାରୀ, ୧୦୨ଜଣ ସହକାରୀ କୃଷି ଇଞ୍ଜିନିୟର ଭାବରେ ଯୋଗ ଦେଇଛନ୍ତି । ସେହିପରି ୪୩ ଜଣ ରାଜ୍ୟ ବିହନ ନିଗମରେ ନିଯୁକ୍ତି ପାଇଛନ୍ତି । ଲୋକସେବା ଭବନଠାରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ବଡ଼ ନିଯୁକ୍ତି କୃଷି ବିଭାଗକୁ ଉତ୍ସ ଯୋଗାଇବ । ସେ ଆଗକୁ କହିଥିଲେ, କୃଷି ଏବଂ ସହଯୋଗୀ କ୍ଷେତ୍ର ତାଙ୍କ ସରକାରଙ୍କ ପ୍ରମୁଖ ପ୍ରାଥମିକତା ।

Get real time updates directly on you device, subscribe now.