fbpx

ଲକ୍-ଡାଉନରେ କାଲିଠାରୁ ଏହି ଦାମରେ ସୁନା ବିକିବେ ସରକାର!

ଦିନକୁ ଦିନ ସୁନା ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଯଦି ଆପଣକ୍କ୍-ଡାଉନରେ ଘରେ ବସି ସୁନା କିଣିବାକୁ ଚାହୁଁଛନ୍ତି, ତେବେ ସରକାର ଆପଣଙ୍କ ପାଇଁ ଏକ ଖାସ୍ ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ପକ୍ଷରୁ FY ୨୦୨୧ରେ Sovereign Gold Bondର ଦ୍ୱିତୀୟ ପର୍ୟ୍ୟାୟ ମେ ୧୧ ବା ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । Sovereign Gold Bond କିସ୍ତି ପାଇଁ ସୁନା ଦାମ ଗ୍ରାମ ପିଛା ୪,୫୯୦ ଟଙ୍କା ସ୍ଥିର କରାଯାଇଛି । ଆପଣ ଏହି ପର୍ୟ୍ୟାୟରେ ଶସ୍ତା ମୂଲ୍ୟରେ ସୁନା କିଣିପାରିବେ । ମେ ୧୧ରୁ ମେ ୧୫ ପର୍ୟ୍ୟନ୍ତ ଏହା ଖୋଲା ରହିବ । ପ୍ରଥମ ସିରିଜରେ ସୁନା ମୁଲ୍ୟ ଗ୍ରାମ ପିଛା ୪,୬୩୯ ଟଙ୍କା ଥିଲା । ଏଥିରେ ସବସ୍କ୍ରିପସନ୍ ପରେ ନିବେଶକଙ୍କୁ ବଣ୍ଡ ଜାରି କରାଯିବ । ଯଦି ଆପଣ ଏହି ସରକାରୀ ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ । ଏହି ସ୍କିମ ବିଷୟରେ ଅଧିକ ଜାଣିବା ପାଇଁ https://www.rbi.org.in/scripts/BS_PressReleaseDisplay.aspx?prid=49665 ଲିଙ୍କ ଫଲୋ କରନ୍ତୁ ।

ତେବେ ଦ୍ୱିତୀୟ ସିରିଜ୍ ମେ ୧୧ରୁ ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ତୃତୀୟଟି ୮ ଜୁନରୁ ୧୨ ଜୁନ୍, ଚତୁର୍ଥ ସିରିଜ ୬ ଜୁଲାଇରୁ ୧୦ ଜୁଲାଇ, ପଞ୍ଚମ ସିରିଜ୍ ୩ ଅଗଷ୍ଟରୁ ୭ ଅଗଷ୍ଟ, ଷଷ୍ଠ ସିରିଜ୍ ୩୧ ଅଗଷ୍ଟରୁ ୪ ସେପ୍ଟେମ୍ବର ଯାଏଁ ଚାଲିବ ।

Get real time updates directly on you device, subscribe now.