fbpx

ଆଗାମୀ ୭ ବର୍ଷରେ ୭୦% ବୃଦ୍ଧି ପାଇବ ଭାରତୀୟଙ୍କ ମୁଣ୍ଡପିଛା ଆୟ, ପ୍ରତ୍ୟେକ ବ୍ୟକ୍ତି ରୋଜଗାର କରିବେ ଏତିକି ହଜାର ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ନାଗରିକ ମାନଙ୍କର ରୋଜଗାର ଆଗାମୀ ୭ ବର୍ଷରେ ୭୦ ପ୍ରତିଶତ ବୃଦ୍ଧି ପାଇପାରେ । ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତର ପ୍ରତ୍ୟେକ ବ୍ୟକ୍ତିର ଆୟ ୨୦୩୦ ବେଳକୁ ପ୍ରାୟ ୭୦% ବୃଦ୍ଧି ପାଇ ୪୦୦୦ ଆମେରିକୀୟ ଡଲାର ଅର୍ଥାତ୍ ବର୍ତ୍ତମାନ ଭାରତୀୟ ଟଙ୍କାରେ ୩୨,୯୧୨୨.୪୦ ଟଙ୍କା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଆର୍ଥିକ ବର୍ଷ ୨୦୨୩ରେ ପ୍ରତ୍ୟେକ ଭାରତୀୟଙ୍କର ଆୟ ୨,୪୫୦ ଆମେରିକୀୟ ଡଲାର ଅର୍ଥାତ୍ ୨୦,୧୫୮୭.୪୭ ଟଙ୍କା ରହିଛି ।

ଏହି ଆୟ ବଢିବା ସହିତ ୬ ଟ୍ରିଲିୟନ ଆମେରିକା ଡଲାର ଜିଡିପି ସହିତ ଏକ ମଧ୍ୟମ ଆୟ ଅର୍ଥବ୍ୟବସ୍ଥା ହେବାକୁ ଭାରତକୁ ସହାଯ୍ୟ ମିଳିବ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ସେ ଏହା ସୁନିଶ୍ଚିତ କରିବେ କି ତାଙ୍କର ଆଗାମୀ କାର୍ଯ୍ୟକାଳ ସମୟରେ ଭାରତର ଅର୍ଥବ୍ୟବସ୍ଥା ୫ ଟ୍ରିଲିୟନ ଆମେରିକୀୟ ଡଲାର ହୋଇଯିବ । ଯାହା ଭାରତକୁ ଆମେରିକା ଏବଂ ଚୀନ୍ ପରେ ତୃତୀୟ ବୃହତ ଅର୍ଥବ୍ୟବସ୍ଥା କରିବ । ବର୍ତ୍ତମାନ ଜାପାନ ତୃତୀୟ ସ୍ଥାନରେ ଥିବା ବେଳେ ଜର୍ମାନୀ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ରିପୋର୍ଟ ଅନୁସାରେ ଏହି ଅଭିବୃଦ୍ଧିରେ ସବୁଠୁ ଅଧିକ ଯୋଗଦାନ ବିଦେଶୀ ବ୍ୟାପାରରୁ ହେବ, ଯାହା ଅର୍ଥୀକ ବର୍ଷ ୨୦୨୩ରେ ୧.୨ ଟ୍ରିଲିୟନ ଆମେରିକୀୟ ଡଲାରରୁ ପ୍ରାୟ ଦୁଇଗୁଣା ବୃଦ୍ଧି ପାଇ ୨୦୩୦ ପର୍ଯ୍ୟନ୍ତ ୨.୧ ଟ୍ରିଲିୟନ ଆମେରିକୀୟ ଡଲାର ହୋଇପାରେ । ସେ ସମୟରେ ଭାରତର ଘରୋଇ ଉତ୍ପାଦନ ୩.୫ ଟ୍ରିଲିୟନ ଆମେରିକ ଡଲାର ହୋଇଯାଇଥିବ । ଏହାବାଦ୍ ଘରୋଇ ଖୁଚୁରା ବଜାର ମଧ୍ୟ ମହତ୍ୱପୁର୍ଣ୍ଣ ଭୁମିକା ନିର୍ବାହ କରିବ । ଯାହା ଆର୍ଥିକ ବର୍ଷ ୨୦୩୦ ପର୍ଯ୍ୟନ୍ତ ୩.୪ ଟ୍ରିଲିୟନ ଆମେରିକୀୟ ଡଲାରେ ପହଞ୍ଚିଯିବ, ଯାହା ବର୍ତ୍ତମାନ ଭାରତର ଜିଡିପି ଆକାରରେ ହେବ । ଯାହା ଆର୍ଥିକ ବର୍ଷ ୨୦୨୩ରେ ୨.୧ ଟ୍ରିଲିୟନ ଆମେରୀକିୟ ଡଲାରରୁ ବହୁ ଅଧିକ ହେବ ।

Get real time updates directly on you device, subscribe now.