fbpx

ହକି ଏସିଆନ୍ ଚାମ୍ପିଆନସିପ୍ ଟ୍ରଫି ଖେଳିବାକୁ ଅଟ୍ଟାରି-ୱାଘା ବର୍ଡର ଦେଇ ଭାରତରେ ପହଞ୍ଚିଲା ପାକିସ୍ତାନ ଟିମ୍‌

ନୁଆଦିଲ୍ଲୀ: ଏସିଆନ୍ ଚାମ୍ପିଆନସିପ୍ ଟ୍ରଫିରେ ଅଶଂଗ୍ରହଣ କରିବା ପାଇଁ ପାକିସ୍ତାନୀ ହକି ଟିମ୍ ସୋମବାର ଅଟ୍ଟାରି-ୱାଘା ବର୍ଡର ଦେଇ ଭାରତ ଆସିଛି। ଗୁରୁବାରଠୁ ଚେନ୍ନାଇରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ୨୦୧୧ରୁ ଏସିଆନ୍ ହକି ଫେଡେରେସନ୍ ଏହି ଟୁର୍ଣ୍ଣାମେଣ୍ଟ ପ୍ରତ୍ୟେକ ବର୍ଷ ଆୟୋଜନ କରୁଛି। ଏଥିରେ ଏସିଆର ଶ୍ରେଷ୍ଠ ୬ ଟିମ୍ ଅଂଶଗ୍ରହଣ କରନ୍ତି, ଯାହା ରବିନ୍ ରାଉଣ୍ଡ ଫର୍ମାଟ୍‌ରେ ଖେଳାଯାଇଥାଏ। ୩ ଅଗଷ୍ଟରୁ ୧୨ ତାରିଖ ପର୍ଯ୍ୟନ୍ତ ଏହା ଚେନ୍ନାଇରେ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ମିଳିତ ଭାବେ ସଫଳ ଟିମ୍ ଅଟନ୍ତି । ୨୦୧୮ରେ ଦୁଇ ଟିମ୍‌କୁ ମିଳିତ ଭାବେ ବିଜୟୀ ଘୋଷଣା କରାଯାଇଥିଲା । ପାକିସ୍ତାନ ଟିମ୍ କୋଚ୍ ମହମ୍ମଦ ସକଲିନ୍ କହିଛନ୍ତି ଆମେ ଏସିଆର ଶ୍ରେଷ୍ଠ ଟିମ୍ ମାନଙ୍କ ସହିତ ଏହି ଖେଳିବାକୁ ପାକିସ୍ତାନ ଟିମ୍ ଚେନ୍ନାଇ ଆସିଛନ୍ତି । ଆଶା କରୁଛୁ ଖେଳ ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ । ମୁ ବିଶ୍ୱାସ କରେ ଯେ, ଖେଳ ଏବଂ ସିନେମା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଦୃଢ଼ ହେବ । ଦୁଇ ଦେଶର ଲୋକମାନେ ସେମାନଙ୍କ ଅତିଥିଙ୍କୁ ଖୁବ୍ ସୁନ୍ଦର ଆତିଥ୍ୟ ପ୍ରଦାନ କରିଥାନ୍ତି । ସେହିଭଳି ପାକିସ୍ତାନ ଅଧୀନାୟକ ମହମ୍ମଦ ଉମର ଭୁଟ୍ଟ ମଧ୍ୟ ସମାନ କଥା କହିଛନ୍ତି ।

ପାକିସ୍ତାନ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ତିନି ଥର ବିଜୟୀ ହୋଇଛି । ୨୦୧୨ରେ ପାକିସ୍ତାନ ଏହାର ପ୍ରଥମ ଟ୍ରଫି ଜିତିଥିଲା । ଏହାପରେ ୨୦୧୩ ଏବଂ ୨୦୧୮ରେ ମଧ୍ୟ ବିଜୟୀ ହୋଇଥିଲା । ସେହିଭଳି ଭାରତ ପ୍ରଥମ ସିଜନ୍ ୨୦୧୧ରେ ବିଜୟୀ ହୋଇଥିଲା । ଏହାପରେ ୨୦୧୬ ଏବଂ ୨୦୧୮ରେ ପାକିସ୍ତାନ ସହିତ ଟ୍ରଫି ସେୟାର କରିଥିଲା । ୨୦୨୧ରେ ଦକ୍ଷିଣ କୋରିଆ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.