fbpx

ଭଟ୍ଟାରିକା ପୀଠରେ ଲାଗିଲା ୧୪୪ ଧାରା: ମନ୍ଦିର ଭିତରେ ପାଣି ପଶିବାରୁ କଟକଣା

ବଡ଼ମ୍ବା: ଲଗାଣ ବର୍ଷା ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବୈତରଣୀ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଏହା ମଧ୍ୟରେ ବଡ଼ମ୍ବାର ପ୍ରସିଦ୍ଧ ମା ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପାଣି ପଶି ଯାଇଥିବା ଦେଖାଯାଇଛି । ମନ୍ଦିର ବେଢା ସହିତ ଗର୍ଭଗୃହରେ ମଧ୍ୟ ଲହଡ଼ି ଖେଳୁଛି ବନ୍ୟାଜଳ । ତେବେ ଏଭଳି ଏକ ପରିସ୍ଥିତି ପରେ ମା’ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ବଡ଼ମ୍ବା ତହସିଲଦାର ଏହି କଟକଣା ଜାରି କରିଛନ୍ତି ।

Get real time updates directly on you device, subscribe now.