fbpx

ପ୍ରଥମ T-20ରେ ଭାରତ ହାରିଲା କାହିଁକି: ପରାଜୟ ପଛର ୬ଟି ବଡ଼ କାରଣ

ନୂଆଦିଲ୍ଲୀ: ଦିନିକିଆ ଓ ଟେଷ୍ଟ ସିରିଜରେ ବିଜୟ ହାସଲ କରିବାରେ ପରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟରେ ୧୪୯ ସଂଗ୍ରହ କରିଥିଲା । ତେବେ ୧୫୦ ରନର ଟାର୍ଗେଟକୁ ପିଛା କରିବାକୁ ଭାରତ ୪ ରନରେ ପଛରେ ରହିଯାଇଥିଲା । ଫଳରେ ମ୍ୟାଚ ୱେଷ୍ଟଇଣ୍ଡିଜ ହାତକୁ ଚାଲିଯାଇଥିଲା । ତେବେ ଏହି ପରାଜୟ ପଛରେ ମୁଖ୍ୟ ୬ଟି କାରଣ ରହିଛି ।

୧- ୱେଷ୍ଟଇଣ୍ଡିଜର ଦୁଇ ବ୍ୟାଟ୍ସମ୍ୟାନ ରୋଭ୍ୟାନ ପାୱେଲ (୪୮) ଓ ନିକୋଲାସ (୪୧)ଙ୍କର ୱିକେଟ ନେବାରେ ଭାରତୀୟ ବୋଲମାନେ ସଫଳ ହୋଇ ପାରିନଥିଲେ । ଫଳରେ ୱେଷ୍ଟଇଣ୍ଡିଜ ଅଧିକ ରନ୍ ସଂଗ୍ରହ କରିପାରିଥିଲା ।

୨- ହାର୍ଦ୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନ କ୍ରିଜରେ ଥିବା ସମୟରେ ଦଳ ପାଖରେ ଆହୁରି ୬ଟି ୱିକେଟ ରହିଥିଲା । ମାତ୍ର ଏହାପରେ ଦଳ କ୍ରମାଗତ ଭାବେ ୱିକେଟ ହରାଇଥିଲା, ଫଳରେ ଜିତିବା ମ୍ୟାଚରେ ଭାରତ ହାରିଥିଲା ।

୩- ମ୍ୟାଚର ୧୬ତମ ଓଭରରେ ଦଳ ୨ଟି ୱିକେଟ ହରାଇଥିଲା, ଯାହାକି ଦଳ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଥିଲା । ପାଣ୍ଡ୍ୟା ଓ ସଞ୍ଜୁ ଗୋଟିଏ ଓଭରରେ ଆଉଟ ହେବା ଦଳର ପରାଜୟର ପ୍ରମୁଖ କାରଣ ପାଲଟିଥିଲା ।

୪- ଟିମ୍ ଇଣ୍ଡିଆର ବୋଲିଂ ବିଭାଗରେ ସେତେଟା ଦୁର୍ବଳତା ପରିଲକ୍ଷିତ ହୋଇନଥିଲା । ଦଳ କେବଳ ବ୍ୟାଟିଂ ଦୁର୍ବଳତା କାରଣରୁ ହିଁ ହାରିଲା ।

୫- ଗୋଟିଏ ମ୍ୟାଚରେ ଦଳର ଜଣେ ହେଲେ ବି ବ୍ୟାଟ୍ସମ୍ୟାନ ୪୦ରୁ ଅଧିକ ରନ୍ ସ୍କୋର କରିନପାରିବା ନିଶ୍ଚିତ ଭାବେ ଏକ ଲଜ୍ଜାଜନକ ପ୍ରଦର୍ଶନ ।

୬- ଶେଷ ସମୟରେ ୱେଷ୍ଟଇଣ୍ଡିଜର ବୋଲରମାନେ ଭଲ ବୋଲିଂ କରିଥିଲେ । ଶେଷ ୧୨ ବଲରେ ୨୧ ରନ୍ ଆବଶ୍ୟକ ଥିବାବେଳେ ସେମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବଡ଼ ଶଟ୍ ମାରିବାର ସୁଯୋଗ ଦେଇ ନଥିଲେ ।

Get real time updates directly on you device, subscribe now.