ଓଡ଼ିଶାରେ ଦେଖିବାକୁ ମିଳିଛି ଅତି ଦୁର୍ଲଭ ମେଲାନିଷ୍ଟିକ୍ ବାଘ, ଭିଡିଓ ଭାଇରାଲ ପରେ ଲୋକେ ଦେଲେ ଏପରି ପ୍ରତିକ୍ରିୟା

ଭୁବନେଶ୍ୱର: ଯେତେବେଳେ ଆପଣ ଏକ ବାଘର କଳ୍ପନା କରନ୍ତି, ତେବେ ଆପଣଙ୍କ ମନରେ ପ୍ରଥମେ କ’ଣ ଆସିଥାଏ ? ସବୁଠାରୁ ଅଧିକ ସମ୍ଭାବନା ଅଛି, ଏହା ଏକ ବଡ ବିଲେଇର ପ୍ରତିଛବି, ଯାହାର ଦେହରେ କଳା ରଙ୍ଗ ଚିତ୍ରିତ ହୋଇଛି । ଏହା ହେଉଛି ସାଧାରଣ ବାଘ ଯାହା ଆମେ ଜାଣୁ, ନିକଟରେ ଏକ ମେଲାନିଷ୍ଟିକ୍ ଟାଇଗରର ଭିଡିଓ ସହିତ ଇଣ୍ଟରନେଟ୍ ଚର୍ଚ୍ଚାର ବିଷୟ ପାଲଟିଛି । ଅଜଣା ଲୋକଙ୍କ ପାଇଁ ମେଲାନିଷ୍ଟିକ୍ ଅର୍ଥ ହେଉଛି ଚର୍ମ କିମ୍ବା କେଶ ଉପରେ ଅଧିକ ସ୍ତରର ଗାଢ଼ ରଙ୍ଗ ।

ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ) ଅଧିକାରୀ ରମେଶ ପାଣ୍ଡେ ଟ୍ୱିଟରରେ ଏହି ମେଲାନିଷ୍ଟ ଟାଇଗରର ଏକ ଭିଡିଓ ସେୟାର କରିଛନ୍ତି । ଏହି ବାଘଟି ଓଡିଶାର ଶିମିଳିପାଳ ଟାଇଗର ରିଜର୍ଭରେ ଦେଖିବାକୁ ମିଳିଥିଲା । ଏହି ପୋଷ୍ଟର କ୍ୟାପସନରେ ଆଇଏଫଏସ ରମେଶ ପାଣ୍ଡେ ଲେଖିଛନ୍ତି ଯେ, ଓଡିଶାର ସିମିଲିପାଲ ଟାଇଗର ରିଜର୍ଭରେ ଏକ ମେଲାନିଷ୍ଟିକ୍ ଟାଇଗରର ସୁନ୍ଦର କ୍ୟାମେରା ଟ୍ରାପ୍ ଭିଡିଓ, ଯେଉଁଠାରେ ଜନସଂଖ୍ୟାରେ ଜେନେଟିକ୍ ପରିବର୍ତ୍ତନ ହେତୁ ଆମେ କଳା ରଙ୍ଗର ବାଘ ଦେଖିବାକୁ ପାଇଛୁ ।

ଏହି ପୋଷ୍ଟ ଅଗଷ୍ଟ ୧ ରେ ସେୟାର କରାଯାଇଥିଲା । ପୋଷ୍ଟ ହେବା ପରଠାରୁ ଏହାକୁ ୬୬,୦୦୦ ରୁ ଅଧିକ ଥର ଦେଖାଯାଇଛି । ସେୟାର ହୋଇଥିବା ଭିଡିଓ ୧,୬୦୦ ରୁ ଅଧିକ ଲାଇକ୍ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।

ଏହି ଭିଡିଓ ବିଷୟରେ ଲୋକମାନେ କ’ଣ କହୁଛନ୍ତି :-
ଜଣେ ବ୍ୟକ୍ତି ଲେଖିଛନ୍ତି, ସେୟାର ଏବଂ ସୂଚନା ପାଇଁ ଧନ୍ୟବାଦ । ପ୍ରଥମ ଥର ସେମାନଙ୍କ ବିଷୟରେ ଶୁଣିବାକୁ ମିଳିଛି । କେବେ କେବେ ଦେଖିତବାକୁ ଚେଷ୍ଟା କରିବି ।’ ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, “ମେଲାନିଷ୍ଟିକ୍ ଟାଇଗର? wow, ମୁଁ ଏପରି କୌଣସି ବାଘକୁ ଦେଖି ନାହିଁ, ଯାହାର ଚର୍ମରେ ଏପରି କଳା ଚିହ୍ନ ରହିଛି ।’