fbpx

ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା, ୧୫ରୁ ଅଧିକ ମୃତ ଓ ୫୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ:ପାକିସ୍ତାନରେ ଏକ ଭୟାନକ ଟ୍ରେନ ଦୁର୍ଘଟଣା ଘଟିଯାଇଛି । କରାଚୀରୁ ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ ଗୋଟି ବଗି ଲାଇନଚ୍ୟୁତ ହେବା ଫଳରେ ୧୫ ଲୋକଙ୍କ ମୃତ୍ୟୁ ହୋଇଛି ଓ ୫୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

ରବିବାର ପାକିସ୍ତାନରେ ଏହି ଭୟାନକ ଟ୍ରେନ ଦୁର୍ଘଟଣା ଘଟିଛି । ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ ଗୋଟି ବଗି ଟ୍ରାକରୁ ବାହାରି ଯିବା ଫଳରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ରିପୋର୍ଟରୁ ଜଣାଯାଇଛି ଏହି ଦୁର୍ଘଟଣା ରବିବାର ଶାହଜାଦପୁର ଓ ନବାବଶାହ ମଧ୍ୟରେ ଥିବା ସହାରା ରେଳଷ୍ଟେସନ ନିକଟରେ ଘଟିଛି ।

ଯେଉଁ ସମୟରେ ଏହି ଦୁର୍ଘଟଣା ହେଲା ସେତେବେଳେ ଟ୍ରେନ କରାଚୀରୁ ପାକିସ୍ତାନର ପଞ୍ଜାବ ଯାଉଥିଲା । ରିପୋର୍ଟ ଅନୁଯାୟୀ ଗୁରୁତରଙ୍କୁ ନବାବଶାହ ସ୍ଥିତ ପିପୁଲ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ନିକଟବର୍ତ୍ତୀ ସମସ୍ତ ହସ୍ପିଟାଲରେ ଜରୁରୀକାଳୀଳ ପ୍ରୋଟୋକଲ ଜାରି କରିଦିଆଯାଇଛି ।

Get real time updates directly on you device, subscribe now.