fbpx

(Video) ମଝି ସମୁଦ୍ରରେ ବୁଡ଼ିଗଲା ଆଉ ଏକ ଜାହାଜ: ୪ ମୃତ୍ୟୁ, ୫୧ ଜଣଙ୍କର ମିଳୁନି ପତ୍ତା

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ଦୁର୍ଘଟଣା । ସତେ ଯେପରି ବିଶ୍ୱକୁ ମହାବିପଦ ଘାରିଛି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ବଡ ବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି । ଯେଉଁଥିରେ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି । ଏହା ଭିତରେ ଆଜି ପୁଣି ମଝି ସମୁଦ୍ରରେ ଘଟିଯାଇଛି ଏକ ବଡ ଅଘଟଣ । ମଝି ସୁଦ୍ରରେ ଲୀନ ହୋଇଯାଇଛି ଏକ ଜାହାଜ । ଯାହା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ସୂଚନା ଥିବା ବେଳେ ଆହୁରି ୫୦ରୁ ଅଧିକ ଯାତ୍ରୀଙ୍କ ପତ୍ତା ମିଳିପାରିନାହିଁ ।

ଏହି ଜାହାଜ ଦୁର୍ଘଟଣାରେ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଥିସହ ୫୧ଜଣ ଯାତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଛନ୍ତି । ତେବେ ଆଜିର ଏଭଳି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଜାହାଜ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇ ସାରିଛନ୍ତି । ଏଭଳି ଏକ ଛାତିଥରା ଦୁର୍ଘଟଣା ଉତ୍ତର ଆଫ୍ରିକାରେ ଘଟିଛି । ଟ୍ୟୁନିସିଆର କେରେକେନା ଦ୍ୱୀପରୁ ଆସୁଥିବା ବେଳେ ଜାହାଜଟି କୌଣସି କାରଣବଶତଃ ବୁଡିଯାଇଥିବା ଜାଣିବାକୁ ମିଳିଛି । ତେବେ ଜାହାଜରେ ସାହାରା ଆଫ୍ରିକାର ସମସ୍ତ ପ୍ରବାସୀ ରହିଥିଲେ । ଯାତାୟାତ ପାଇଁ ସେଠାରେ କୌଣସି ସୁବିଧା ନଥିବାରୁ ଏହି ଡଙ୍ଗା ସେମାନଙ୍କର ଏକମାତ୍ର ଉପାୟ ଥିଲା । ଉତ୍ତର ଆଫ୍ରିକା ଦେଶରେ ଚଳିତ ବର୍ଷ ଅନେକ ସ୍ଥାନାନ୍ତରଣ ଘଟୁଛି । ନିଜ ଜୀବନକୁ ବିପଦରେ ପକାଇ ଲୋକମାନେ ଡଙ୍ଗା ସାହାଯ୍ୟରେ ଯାତ୍ରା କରୁଛନ୍ତି । ଏହି କାରଣରୁ ବାରମ୍ବାର ଡଙ୍ଗା ବୁଡ଼ିଯିବା ଘଟଣା ସାମ୍ନାକୁ ଆସୁଛି ।

ଏଭଳି ଘଟଣା ସମ୍ପର୍କରେ ଟ୍ୟୁନିସିଆର ଅନ୍ତରୀଣ ମନ୍ତ୍ରୀ ଜୁଲାଇ ମାସରେ କହିଛନ୍ତି ଯେ ଟ୍ୟୁନିସିଆର ତଟରକ୍ଷୀ ବାହିନୀ ଚଳିତ ବର୍ଷ ଜାନୁଆରୀ ୧ ରୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ବୁଡିଯାଇଥିବା ପ୍ରବାସୀ ଭାରତୀୟଙ୍କ ୯୦୧ ମୃତଦେହ ଉଦ୍ଧାର କରିଥିଲେ । ଟ୍ୟୁନିସିଆ ଏବଂ ୟୁରୋପୀୟ ୟୁନିଅନ ଗତ ମାସରେ ଅର୍ଥାତ୍ ୧୬ ଜୁଲାଇରେ ଏକ ରଣନୈତିକ ଭାଗିଦାରୀ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏଥିରେ ମାନବ ଚାଲାଣକାରୀଙ୍କ ସହ ମୁକାବିଲା କରିବା ଏବଂ ସୀମା କଡାକଡି କରାଯାଇଥିଲା । ବିଶେଷ କରି ଉତ୍ତର ଆଫ୍ରିକା ଦେଶକୁ ୟୁରୋପକୁ ଯାଉଥିବା ଡଙ୍ଗାର ତୀବ୍ର ବୃଦ୍ଧି ଯୋଗୁଁ ୟୁରୋପରେ ସମସ୍ତ ପ୍ରକାର ସୁବିଧା ମିଳୁଥିବା ବେଳେ ଆଫ୍ରିକାରେ ଲୋକମାନେ ବହୁ ସଂଖ୍ୟାରେ ଦାରିଦ୍ର୍ୟତା ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ସେମାନେ ଆଫ୍ରିକା ଛାଡି ୟୁରୋପ ଚାଲି ଆସୁଛନ୍ତି ।

Get real time updates directly on you device, subscribe now.