fbpx

୧୮ ତାରିଖରୁ ଲୋକଙ୍କୁ ମିଳିବ ଜାଗା ମିଶନ ପଟ୍ଟା: ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଭୂମିହୀନ ମାନଙ୍କୁ ପ୍ରଦାନ କରାଯିବ ନିଜସ୍ୱ ଜମି ପଟ୍ଟା । ଆସନ୍ତା ୧୮ ତାରିଖରେ ଏହି ଜାଗା ମିଶନ ପଟ୍ଟା ଆବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏମସି ପରେ ଆଗକୁ ଅନ୍ୟ ଅଞ୍ଚଳ ଗୁଡ଼ିକରେ ମଧ୍ୟ ପଟ୍ଟା ଇତ୍ୟାଦି ବଣ୍ଟନ କରିବା ପାଇଁ ସରକାରଙ୍କ ତରଫରୁ ଯୋଜନା କରାଯାଉଛି ।

ସୂଚନା ଅନୁସାରେ, ଭୁବନେଶ୍ୱର ମହାନଗର ନିଗମର ମୋଟ ୪୭୧ଟି ବସ୍ତି ଥିବା ବେଳେ ଏଥିରୁ ୩୭୫ଟି ବସ୍ତି ଚୟନ କରାଯାଇଛି । ଏହି ତାଲିକାରେ ମୋଟ ୫୨ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ଜାଣିବାକୁ ମିଳିଛି । ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କରିବା ପାଇଁ ଗତବର୍ଷ ରାଜ୍ୟ ସରକାର ଆରମ୍ଭ କରିଥିଲେ ଉଷା ସର୍ଭେ । ତେବେ ଏହି ସର୍ଭେ ରିପୋର୍ଟ ଅନୁଯାୟୀ ୫ଟି ମହାନଗର ନିଗମରେ ଚୟନ ହୋଇଛି ହିତାଧିକାରୀଙ୍କ ତାଲିକା । ଏହି ହିତାଧିକାରୀଙ୍କ ମଧ୍ୟରେ ୧ ନମ୍ବର ୱାର୍ଡରେ ୧୪୦୦ରୁ ଅଧିକ ବସ୍ତି ବାସିନ୍ଦାଙ୍କ ସର୍ଭେ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨୦୦ ଭୂମିହୀନ ବସ୍ତି ବାସିନ୍ଦା ଏହି ଯୋଜନା ଅଧୀନରେ ଜମି ଅଧିକାର ପାଇବା ପାଇଁ ଚୟନ ହୋଇଛନ୍ତି ।

ତେବେ ଏହି ୩୭୫ଟି ବସ୍ତି ବ୍ୟତୀତ ଅନ୍ୟ ବସ୍ତିବାସିନ୍ଦାଙ୍କ ପାଇଁ ମଧ୍ୟ ସରକାର ଯୋଜନା କରୁଛନ୍ତି । ସେମାନଙ୍କ ଜମି ଜଙ୍ଗଲ ଓ ସଂରକ୍ଷିତ ଶ୍ରେଣୀରେ ରହିଥିବାରୁ, ଏହି ବିଭାଗର ଅନୁମୋଦନ ପାଇଁ ଅପେକ୍ଷା କରାଯାଇଛି । ଅନୁମୋଦନ ମିଳିବା ପରେ ସେମାନଙ୍କ ପଟ୍ଟା ମଧ୍ୟ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି ଭୁବନେଶ୍ୱର ମହାନଗର ନିଗମ । ତେବେ ଚୟନ ହୋଇଥିବା ଏହି ୫୨ ହଜାର ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ହିଁ ପଟ୍ଟା ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.