fbpx

ଫେରିଲା ସାଂସଦ ପଦ, ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ ଯାତ୍ରାରେ ଗୁଜରାଟରୁ ମେଘାଳୟ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବହୁ ଚର୍ଚ୍ଚିତ ଭାରତ ଯୋଡ଼ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଦକ୍ଷିଣରେ ଗୁଜରାଟରୁ ଆରମ୍ଭ ହୋଇ ଉତ୍ତର-ପୁର୍ବ ମେଘାଳୟ ଯାଏଁ ଚାଲିବ । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ସୂଚନା ଦେଇଛନ୍ତି, ଏହି ସମୟରେ ସମସ୍ତ ରାଜ୍ୟ ମାନଙ୍କର ମଧ୍ୟ ପାର୍ଟିର ବରିଷ୍ଠ ନେତାମାନେ ଭାରତ ଯୋଡ଼ ଯାତ୍ରା କରିବେ ।

ଦ୍ୱିତୀୟ ପର୍ଯ୍ୟାୟର ଏହି ଯାତ୍ରାରେ ଦକ୍ଷିଣ ଭାରତର ଅନେକ ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିବେ । ଭାରତ ଯୋଡ଼ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ ତାମିଲନାଡୁର କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । କନ୍ୟାକୁମାରୀରୁ ୨୦୨୨ ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ବେଳେ ୨୦ ଜାନୁଆରୀ ୨୦୨୩ ରେ ଶ୍ରୀନଗରରେ ଶେଷ ହୋଇଥିଲା । ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୧୨ ରାଜ୍ୟ ଏବଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଦେଇ ୩,୯୭୦ କିଲୋମିଟର ପଦଯାତ୍ରା କରିଥିଲେ । ତେବେ ଦ୍ୱିତୀୟ ପର୍ଯ୍ୟାୟର ମାର୍ଗ ଏବଂ ଯାତ୍ରା ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

Get real time updates directly on you device, subscribe now.