fbpx

(Video) Selfish Captain ହାର୍ଦ୍ଦିକ ପାଣ୍ଡ୍ୟା: ସାଥୀ ଖେଳାଳିଙ୍କୁ ଧୋକା ଦେଇଦେଲେ ଅଧିନାୟକ, ଧୋନୀଙ୍କ ଠାରୁ ଶିଖ

ସେଲଫିସ୍ ହୋଇଗଲେଣି ହାର୍ଦ୍ଦିକ ପାଣ୍ଡ୍ୟା । ଟି-୨୦ ଦଳରେ ନିୟମିତ ଅଧିନାୟକ ପଦ ପାଇବା ପରେ ତାଙ୍କ ଆଚରଣ ବଦଳି ଯାଇଥିବା ଦେଖାଯାଉଛି । ଦଳର ସବୁ କ୍ରେଡିଟ ନିଜେ ନେଇ ଯାଉଥିବା କହୁଛନ୍ତି ଦର୍ଶକ । ଅକ୍ଟୋବର ମାସରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ୱକପ୍ । ସେପଟେ ଏବେ ଟି-୨୦ ଦଳର ଅଧିନାୟକ ତଥା ଦିନିକିଆ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ସୋସିଆଲ ମିଡିଆରେ ବେସ ଆରମ୍ଭ ହୋଇଛି । ୱେଷ୍ଟ ଇଣ୍ଡିଜ ବିପକ୍ଷ ତୃତୀୟ ଟି ୨୦ ମ୍ୟାଚରେ ହାର୍ଦ୍ଦକଙ୍କର ଆଚରଣ ସମକସ୍ତଙ୍କୁ ଆଘାତ ଦେଇଛି ।

ପ୍ରଥମ ୨ଟି ମ୍ୟାଚରେ ଭାରତ ଶୋଚନୀୟ ଭାବରେ ପରାସ୍ତ ହେବା ପରେ ତୃତୀୟ ଟି-୨୦ ବିଜୟ ହାସଲ କରିଛି । ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ ଏବଂ ତିଲକ ବର୍ମାଙ୍କ ଗୁରୁତ୍ୱପୂର୍ଣ୍ଣ ପାଳି ଭାରତକୁ ବିଜୟ ଭେଟି ଦେଇଛି । କିନ୍ତୁ ଏହି ମ୍ୟାଚରେ ହାର୍ଦ୍ଦିକଙ୍କର ସ୍ୱାର୍ଥପରତା ଦେଖିବାକୁ ମିଳିଛି । ଦଳର ଜଣେ ସିନିୟର ଖେଳାଳି ହୋଇ ମଧ୍ୟ ନବାଗତମାନଙ୍କୁ ସହଯୋଗ କରୁନଥିବା ନେଇ କ୍ରିକେଟପ୍ରେମୀ ଅଭିଯୋଗ ଆଣିଛନ୍ତି । ଭାରତକୁ ତୃତୀୟ ଟି-୨୦ ଜିତିବା ପାଇଁ ୧୮ ଓଭରରେ ୬ ରନ୍ର ଆବଶ୍ୟକତା ଥିଲା । ଆଉ ପିଚ୍ ଉପରେ ଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମା । ତେବେ ମ୍ୟାଚର ଶେଷ ୨ ରନ୍ ପାଇଁ ଉଭୟ ଖେଳାଳିଙ୍କ ପାଖରେ ଯଥେଷ୍ଟ ସମୟଏବଂ ବଲ୍ ବାକି ରହିଥିଲା । କିନ୍ତୁ ଅଧିନାୟକ ହାଦକର୍ଦିକ ପାଣ୍ଡ୍ୟା ଏହାକୁ ଛକ୍କା ମାରି ଶେଷ କରିଛନ୍ତି ।

ତିଲକ ଯେତେବେଳେ ୪୯ ରନ୍ କରିଥିଲେ ସେତେବେଳ ଟିମକ୍ ଜିତିବା ପାଇଁ ଦୁଇ ରନ୍ର ଆବଶ୍ୟକ୍ତା ଥିଲା । କିନ୍ତୁ ବ୍ୟାଟିଂ କରୁଥିଲେ ହାର୍ଦ୍ଦିକ । ସମସ୍ତେ ଭାବିଲେକି ଧୋନି ଯେମିତି ୨୦୧୪ ବିଶ୍ୱକପ୍ର ବିରାଟଙ୍କୁ ମ୍ୟାଚ୍ ୱିନିଂ ସଟ ମାରିବା ପାଇଁ ସୁଯୋଗ ଦେଇଥିଲେ ଏଥର ସେମିତି ହାର୍ଦ୍ଦକ ମଧ୍ୟ ତାଙ୍କର ମ୍ୟାଚ୍ ଉଇନିଂ ସଟ ଖେଳିବା ପାଇଁ ତିଲକଙ୍କୁ ଛାଡ଼ିବେ । ହେଲେ ସେମିତି କିଛି ବି ହୋଇ ନଥିଲା । ହାର୍ଦ୍ଦିକ ତିଲକଙ୍କୁ ଅର୍ଦ୍ଧଶତକ ହାସଲ କରିବାକୁ ଦେଇ ନଥିଲେ । ନିଜେ ହିଁ ସଟ ମାରି ଜିତାଇ ଦେଇଥିଲେ ଏହି ମ୍ୟାଚ୍ । ଯାହାପରେ ହାର୍ଦ୍ଦିକଙ୍କୁ ସମସ୍ତେ ଏବେ ସେଲଫିସ ବୋଲି କହୁଛନ୍ତି । ଜଣେ ନବାଗତ ଖେଳାଳିଙ୍କୁ ଦଳରେ ଅର୍ଦ୍ଧଶତକ ହାସଲ କରିବାର ସୁଯୋଗ ଦେବାରୁ ବଞ୍ଚିତ ହୋଇ ହାର୍ଦ୍ଦିକ ପାଣ୍ଡ୍ୟା ସ୍ୱାର୍ଥପର ପାଲଟି ଯାଇଛନ୍ତି ।

Get real time updates directly on you device, subscribe now.