fbpx

(Video) ଟମାଟୋ ଜଗିବାକୁ ବିଲରେ ଲାଗିଛି CCTV: କ୍ୟାମେରା ପାଇଁ ଖର୍ଚ୍ଚ ହୋଇଛି ୨୨ ହଜାର ଟଙ୍କା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ସବୁଠାରୁ ଦାମୀ ପରିବା ହେଉଛି ଟମାଟୋ । ୨ମାସ ହେଲା ଆକାଶଛୁଆଁ ଦରରେ ବିକ୍ରି ହୋଇ ପରିବା ଭିତରେ ସେ ରାଜା ପାଲଯିଯାଇଛି । ବଜାରରେ କିଲୋପ୍ରତି ୧୬୦ ରୁ ୨୦୦ଟଙ୍କା ଯାଏଁ ବିକ୍ରି ହେଉଛି । ଟମାଟୋକୁ ନେଇ ଏବେ ଚାରିଆଡେ ଏବେ ସ୍ଥିତି ସଙ୍ଗୀନ । ଚୋର ଟଙ୍କା ସୁନା ବଦଳରେ ଏବେ ଚୋରୀ କରୁଛନ୍ତି ବିଲାତି । ଏଥିପାଇଁ ଟମାଟୋ ଚାଷୀଙ୍କ ଭିତରେ ଆତଙ୍କ ଖେଳିଯାଇଛି । ଆଜି ନିଜ ବିଲାତିକୁ ସୁରକ୍ଷା ଦେବା ପାଇଁ ଜଣେ ଚାଷୀ ନିଆରା ପଦକ୍ଷେପ ନେଇଛନ୍ତି । ଚୋରଙ୍କ ନଜରରୁ ନିଜ ଟମାଟୋକୁ ବଞ୍ଚାଇବା ପାଇଁ ଜଣେ ଚାଷୀ ତାଙ୍କ ବିଲରେ ସିସିଟିଭି ଲଗାଇ ଦେଇଛନ୍ତି ।

ଜଣେ ଚାଷୀ ନିଜ ଟମାଟୋର ସୁରକ୍ଷା ପାଇଁ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଶରଦ ରାୱତ ନାମକ ଜଣେ ପରିବା ଚାଷୀଙ୍କ ବିଲରେ । ଶରଦ ନିଜ ବିଲରେ ଟମାଟୋ ଚାଷ କରିଛନ୍ତି । ତେଣୁ ତାଙ୍କ କ୍ଷେତରୁ କେହି ଟମାଟୋ ଚୋରୀ କରି ନେଇଯିବ, ସେ ଭୟରେ ସେ ବିଲରେ ଲଗାଇଛନ୍ତି ସିସିଟିଭି । ଯେଉଁଭଳି ଭାବେ ଏବେ ବିଲାତି ଏବେ ଚୋରୀ ହେଉଛି ସେଥିରୁ ବର୍ତିବା ସହ ନିଜ ଧନର ସୁରକ୍ଷା ପାଇଁ ଚାଷୀ ଜନକ ଡିଜିଟାଲ ନୀରକ୍ଷଣର ପନ୍ଥା ଗ୍ରହଣ କରିଛନ୍ତି । ବିଲାତିର ଚାହିଦାକୁ ନଜରରେ ରଖି ସେ ଏଭଳି କରିଥିବା ବେଳେ ନିଜ ମୂଲ୍ୟବାନ ପରିବାକୁ ସୁରକ୍ଷା ଦେବା ପାଇଁ ଏହା ସର୍ବୋତ୍ତମ ବିକଳ୍ପ ଭାବରେ ଚୟନ କରିଛନ୍ତି । ଏଥିପାଇଁ ସେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରି ସିସିଟିଭି କ୍ୟାମେରା ଲଗାଇଛନ୍ତି । ତାଙ୍କର ୫ ଏକର ଜମିରେ ସେ ବିଲାତି ଚାଷ କରିଛନ୍ତି । ଆଉ ସେ ବର୍ତମାନ ଲଗାଇଥିବା ଟମାଟୋରୁ ପାଖାପାଖି ୬ରୁ ୭ ଲକ୍ଷ ଟଙ୍କା ରୋଜଗାର କରିବେ ।

କିଛି ଦିନ ପୁର୍ବରୁ ତାଙ୍କ ୨୦ ରୁ ୨୫ କିଲୋ ଟମାଟୋ ଚୋରୀ ହୋଇଥିବାରୁ ଶେଷ ଏଭଳି ପନ୍ଥା ଆପଣାଇଛନ୍ତି । ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ସେ ୨୨ହଜାର ଟଙ୍କା ଖର୍ଚ୍ଚ କରି ସିସିଟିଭି କ୍ୟାମେରା ଲଗାଇଛନ୍ତି । ବର୍ତମାନ ସେ କୌଣସି ସ୍ଥାନରେ ରହିଲେ ବି ଫୋନରେ ନିଜ ବିଲକୁ ଦେଖିପାରିବେ ଏବଂ ଏହାର ସୁରକ୍ଷା ମଧ୍ୟ କରିପାରିବେ । ଟମାଟୋ ଦର ଯେଭଳି ଭାବେ ବୃଦ୍ଧି ପାଉଛି ଏଥିପାଇଁ ଦିନକୁ ଦିନ ରୋଚକ ଖବର ସାମ୍ନାକୁ ଆସୁଛି । କେତେବେଳେ ଟାମୋଟ ଚାଷ କରି କିଏ କୋଟିପତି ହେଲାଣି ତ ଆଉ କେଉଁଠି ଟମାଟେ ପାଇଁ ହଣାକଟା ହେଉଛନ୍ତି ଲୋକେ । ସେପଟେ ଦରବୃଦ୍ଧି ପରେ ଖାଉଟିଙ୍କ ରୋଷେଇ ଘରୁ ଗାଏବ ହୋଇଯାଇଛି ବିଲାତି । ଖାଲି ଖାଉଟି ନୁହେଁ ଆଜିକାଲି ହୋଟେଲ ଢାବା ମାନଙ୍କରେ ଆଉ ଦେଖିବାକୁ ମିଳୁନି ବିଲାତି ।

Get real time updates directly on you device, subscribe now.