fbpx

ଭାରତର ମୁଖ୍ୟ ବିଚାରପତିିଙ୍କୁ ବ୍ରିଟେନରେ ଗୋଟିଏ ପ୍ରଶ୍ନ ବଦଳାଇ ଦେଇଛି ସୁପ୍ରିମକୋର୍ଟର ଲୁକ୍, କ’ଣ ସେହି ପ୍ରଶ୍ନ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଗ୍ରୀଷ୍ମ ଅବକାଶ ସମୟରେ ବ୍ରିଟେନ ଯାଇଥିଲେ । ଏଠାରେ ଏକ ଇଭେଣ୍ଟ ସମୟରେ ଜଣେ ବ୍ୟକ୍ତି ତାଙ୍କୁ ପଚାରିଥିଲେ ବିଚାରପତିଙ୍କ ବେଞ୍ଚର ଚୌକି ଏକାପରି କାହିଁକି ନୁହେଁ । ଅର୍ଥାତ୍ ସମସ୍ତଙ୍କ ବ୍ୟାକରେଷ୍ଟର ଉଚ୍ଚତା କାହିଁକି ଅଲଗା ଅଲଗା । ଏହାପୂର୍ବରୁ କୌଣସି ଅଧିକାରୀ କିମ୍ବା ବିଚାରପତି ଏହା ଉପରେ ଧ୍ୟାନ ଦେଇ ନ ଥିଲେ । ଏଣୁ ଯେତେେବେଳ ମୁଖ୍ୟ ବିଚାରପତି ଭାରତ ଫେରି ଆସିଥିଲେ ସେତେବେଳେ ସେ ସର୍ବପ୍ରଥମେ ସୁପ୍ରିମକୋର୍ଟର ପରିଚାଳନା ଦାୟିତ୍ୱରେ ଥିବା ରେଜିଷ୍ଟ୍ରୀ ଅଧିକାରୀଙ୍କୁ ଏହି ବିଷୟରେ କହିଥିଲେ ଓ ପରିବର୍ତ୍ତନ ଲାଗି ନିର୍ଦ୍ଦେଶ ଦେଇଥିଲେ ।
ପ୍ରକୃତରେ ପ୍ରଶ୍ନ କରିଥିବା ବ୍ୟକ୍ତି ବହୁ ମୋକଦ୍ଦମାର ଅନଲାଇନ ଷ୍ଟ୍ରିମିଂ ଦେଖିଥିଲେ । ଯେଉଁଥିରେ ସେ ଏହି ଚେୟାରର ଅସମାନତାକୁ ଲକ୍ଷ୍ୟ କରିଥିଲେ । ଯେତେବେଳେ ତାଙ୍କ ମୁଖ୍ୟ ବିଚାରପତିଙ୍କ ସହ ଭେଟ ହୋଇଥିଲା ସେତେବେଳେ ସେ ଏହି ପ୍ରଶ୍ନ ପଚାରିଥିଲେ ।

ତେବେ ମୁଖ୍ୟ ବିଚାରପତିଙ୍କ ପ୍ରଶ୍ନରେ ରେଜିଷ୍ଟ୍ରୀ ଅଧିକାରୀ କହିଥିଲେ ବର୍ଷ ବର୍ଷ ଧରି ବିଚାରପତିମାନେ କୋର୍ଟରୁମ୍ ରେ ନିଜ ଚେୟାରକୁ ନିଜର ଆବଶ୍ୟକତା ଓ ଆରାମ ଅନୁଯାୟୀ ଆଡଜଷ୍ଟ କରିଥାନ୍ତି । କୋର୍ଟରୁମ୍ ରେ ଜଜ୍ଙ୍କୁ ଦୀର୍ଘ ସମୟ ଧରି ବସି ରହିବାକୁ ପଡିଥାଏ । ଏହି କାରଣରୁ ସେମାନଙ୍କୁ ପିଠିରେ ଯନ୍ତ୍ରଣା ପରି ସମସ୍ୟା ଭୋଗିବାକୁ ପଡିଥାଏ ।
ଏକ ବେଞ୍ଚରେ ଚେୟାରର ଉଚ୍ଚତା ଅଲଗା ହୋଇଥାଏ ଯାହା ଉପରେ କେବେ କେହି ଅଧିକାରୀ ଧ୍ୟାନ ଦେଇନାହାନ୍ତି । ତେବେ ଭାରତର ମୁଖ୍ୟ ବିଚାରପତିଙ୍କ ଗ୍ରୀଷ୍ମ ଅବକାଶ କୋର୍ଟ ରୁମ୍ ର ଲୁକ୍ ଓ ଇଣ୍ଟେରିଅର ଡିଜାଇନକୁ ବଦଳାଇ ଦେଇଛି । ଏବେ ଏକ ବିଚାରପତିଙ୍କ ଏକ ବେଞ୍ଚର ସମସ୍ତ ଚେୟାରକୁ ଏକାପରି ଲୁକ୍ ଓ ଏକା ଉଚ୍ଚତାରେ ସେଟ୍ କରି ଦିଆଯାଇଛି ।

Get real time updates directly on you device, subscribe now.