ପିଜ୍ଜା ଖାଇବା ଦ୍ୱାରା ରୁମେଟାଇଡ୍ ଆର୍ଥ୍ରାଇଟିସ ସମସ୍ୟାରୁ ମିଳିବ ମୁକ୍ତି: ଅଧ୍ୟୟନରେ ଦାବି

ପିଜ୍ଜାକୁ ଏକ ଅସ୍ୱାସ୍ଥ୍ୟକର ଫାଷ୍ଟଫୁଡ୍ ଭାବରେ ବିବେଚନା କରାଯାଇଥାଏ । କୁହାଯାଏ କି ଏହାକୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ଆଶଙ୍କା ରହିଥାଏ, ମେଦବହୁଳତା, ଡାଇବେଟିସ, ହାର୍ଟଆଟାକ ଏବଂ ହାଇ ବ୍ଲଡପ୍ରେସର ଭଳି ରୋଗ ମଧ୍ୟ ହୋଇପାରେ । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ପିଜ୍ଜା ଖାଇବା ଦ୍ୱାରା ଗୁରୁତର ରୋଗ ହେବାର ଆଶଙ୍କା କମିଯାଏ, ତେବେ ଆପଣଙ୍କର ପ୍ରତିକ୍ରିୟା କ’ଣ ହେବ ? ଅବଶ୍ୟ ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ।

କିନ୍ତୁ ଆମେ ଏହାକୁ ନେଇ ଆପଣଙ୍କ ସହ ମଜା କରୁନାହୁଁ ବରଂ ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି ଯେ ପିଜ୍ଜା ଖାଇବା ଦ୍ୱାରା ଆପଣ ରୁମେଟାଇଡ୍ ଆର୍ଥ୍ରାଇଟିସ ସମସ୍ୟାରୁ ମୁକ୍ତି ପାଇପାରିବେ । ଏହି ଅଧ୍ୟୟନରେ କୁହାଯାଇଛି ଯେ, ଯଦି ପିଜ୍ଜା ତାଜା ସାମଗ୍ରୀ ସହିତ ପ୍ରସ୍ତୁତ କରାଯାଏ ତେବେ, ଏହା ରୁମେଟାଏଡ୍ ଆର୍ଥ୍ରାଇଟିସ୍ ସହିତ ଜଡିତ କିଛି ସମସ୍ୟାକୁ ହ୍ରାସ କରିପାରେ । ଏନଏଚଏସ ଅନୁଯାୟୀ, ରୁମେଟାଏଡ୍ ଆର୍ଥ୍ରାଇଟିସ୍ ଏକ ଅଟୋମ୍ୟୁମ୍ୟୁନ ଡିଜିଜ୍ ।

ଏହି ରୋଗ କାହାକୁ ସେହି ସମୟରେ ଧରିଥାଏ, ଯେତେବେଳେ କି ଇମ୍ୟୁନ୍ ସିଷ୍ଟମ ଭୁଲ୍ ଭାବରେ ସୁସ୍ଥ କୋଷ ଉପରେ ଆକ୍ରମଣ କରେ । ଏହି କାରଣରୁ ଦେହରେ ଉତ୍ତେଜନା ଏବଂ ଫୁଲା ଆରମ୍ଭ ହୁଏ । ରୁମେଟାଏଡ୍ ଆର୍ଥ୍ରାଇଟିସରେ ଲୋକମାନେ ଗଣ୍ଠିରେ ପ୍ରବଳ ଯନ୍ତ୍ରଣାର ସମ୍ମୁଖୀନ ହୋଇଥାନ୍ତି । ଏହି ରୋଗ ପାଇଁ ବର୍ତ୍ତମାନ କୌଣସି ଉପଶମ ନାହିଁ । ତଥାପି, ଏହି ରୋଗ ସହିତ ଜଡିତ ବିପଦଗୁଡିକ ଶୀଘ୍ର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ହ୍ରାସ କରାଯାଇପାରେ ।

Get real time updates directly on you device, subscribe now.