fbpx

କାହିଁକି ୧୫ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି ?

ନୁଆଦିଲ୍ଲୀ: ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୪୪% ଛୁାଇଁବା ସହିତ ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ତେବେ ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୧% ଥିବା ବେଳେ ଜୁଲାଇ ମାସରେ ଏହା ୭.୪୪%ରେ ପହଞ୍ଚିଛି । ତେବେ ହଠାତ୍ ମୁଦ୍ରାସ୍ଫୀତି ଏତେ ମାତ୍ରାରେ ବଢିବାର ଅନେକ କାରଣ ରହିଛି ।

ତେବେ ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ଆକାଶ ଛୁଆଁ ହେବାର କାରଣ ହେଉଛି, ପନିପରିବାର ମୂଲ୍ୟ ବୃଦ୍ଧି ଏବଂ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଯେପରକି ଡାଲି ଏବଂ ଗହମର ଦାମ୍ ବୃଦ୍ଧି । ସବୁଜ ପରିବାକୁ ବାଦ୍ ଦେଲେ ଖୁଚୁରା ମୁଦ୍ରାସ୍ଫୀତି ଜୁନ୍ ମାସରେ ୫.୪% ରହିଛି, ଯାହା ଜୁନ୍ ମାସରେ ୫.୨% ଥିଲା । ଖାଦ୍ୟ ଏବଂ ପ୍ୟାକେଜ୍ ପାନୀୟକୁ ବାଦ୍ ଦେଇ ଅନ୍ୟାନ୍ୟ ସମସ୍ତ ବର୍ଗରେ ମୁଦ୍ରାସ୍ଫୀତି ଜୁନ୍ ମାସ ତୁଳନାରେ ଜୁଲାଇରେ ହ୍ରାସ ପାଇଛି, ଯାହା ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି । ତେବେ କୋର୍ ସେକ୍ଟର (ଖାଦ୍ୟ ଏବଂ ପ୍ୟାକେଜ୍ ପାନୀୟ, ପେଟ୍ରୋଲ ଏବଂ ଡିଜେଲ) ବାଦ୍ ଖୁଚୁରା ମୁଦ୍ରାସ୍ଫୀତି ୨୧ ମାସର ସର୍ବନିମ୍ନ ସ୍ତର ୫.୧% କୁ ଜୁଲାଇ ୨୦୨୩ରେ ହ୍ରାସ ପାଇଛି ।

କେବେ ଶସ୍ତା ହେବ ଖାଦ୍ୟ ପଦାର୍ଥ ?

ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ପ୍ରଭାବରେ ଭାରତର ବିଭିନ୍ନ ଅଞ୍ଚଳରେ ହେଉଥିବା ବର୍ଷା ଏବଂ କିଛୀ ସ୍ଥାନରେ ଦେଖିବାକୁ ମିଳିଥିବା ମରୁଡ଼ୀ କାରଣରୁ ଅଗଷ୍ଟ ପ୍ରଥମ ଦୁଇ ସପ୍ତାହରେ ପନିପରିବାର ଦରଦାମ୍ ହ୍ରାସ ପାଉଥିବା ଦେଖିବାକୁ ମିଳୁନାହିଁ । ଆର୍ଥିକ ବିଶେଷଜ୍ଞ ମାନଙ୍କ ଆକଳନ ଅନୁଯାୟୀ ସେପ୍ଟେମ୍ବର ମାସରେ ବଜାରକୁ ନୂଆ ଉତ୍ପାଦ ଆସିବା ପର୍ଯ୍ୟନ୍ତ ଅଗଷ୍ଟ ମାସରେ ମଧ୍ୟ ମୁଦ୍ରାସ୍ଫୀତି ୬.୫% ଉପରେ ରହିବ । ତେବେ ସବୁଜ ପନିପରିବାର ଦାମ୍ ଆଗାମୀ ଫସଲ ନ ଆସିବା ପାର୍ଯ୍ୟନ୍ତ ଚଢ଼ା ଦରରେ ବିକ୍ରି ହେବ । ଏହାବାଦ୍ ଅଗଷ୍ଟ ମାସରେ ମୌସୁମି ବର୍ଷା ନିଅଣ୍ଟିଆ ରହିଥିବାରୁ ଏଥିପାଇଁ ଦରଦାମ୍ ବଢିବାର ଆଶଙ୍କା ମଧ୍ୟ ରହିଛି ।

ଚଳିତ ମାସ ଆରମ୍ଭରେ, ଆରବିଆଇ ରେପୋ ରେଟ୍‌କୁ ୬.୫୦% ଅପରିବର୍ତ୍ତିତ ରଖିବା ପରେ ପନିପରିବା ମୂଲ୍ୟରେ ବୃଦ୍ଧି ହୋଇଥିବା ଚାହିଦା-ଯୋଗାଣ ମେଳ ଖାଉ ନାହିଁ । ତଥାପି, ଏମପିସି ସଜାଗ ରହିବା ଏବଂ ମୁଦ୍ରାସ୍ଫୀତି ବୃଦ୍ଧିର ପ୍ରଭାବ ଯେପରି ନହୁଏ ସେଥିପାଇଁ ଉପଯୁକ୍ତ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେବା ଉପରେ ଗୁରୁତ୍ୱାରୋପ କରିଥିଲା । ତେଣୁ, ଆଗକୁ ରେପୋରେଟ୍ ଆହୁରି ବୃଦ୍ଧି ପାଇପାରେ । ଆର୍ଥିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତି ନେବା ପାଇଁ ମୁଦ୍ରାସ୍ଫୀତି ଅନ୍ତତଃ ପକ୍ଷେ ଦୁଇ ଚତୁର୍ଥାଂଶ ପାଇଁ ୬% ରୁ ଅଧିକ ରହିବା ଆବଶ୍ୟକ ।

Get real time updates directly on you device, subscribe now.