fbpx

NASA ଜାରି କଲା ଭୟଙ୍କର ଚେତାବନୀ: ଆସନ୍ତା ୨୦୨୪ରେ ହେବ ଅସହ୍ୟ ଗରମ, ଏବେଠୁ ପ୍ରସ୍ତୁତ ନହେଲେ ଯାଇପାରେ ଅନେକଙ୍କ ଜୀବନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି । ଏହି କାରଣରୁ ଧରିତ୍ରୀ ବକ୍ଷରେ ତାପମାତ୍ରା ବଢ଼ୁଛି । ଏନେଇ ଆମେିରିକୀୟ ମହାକାଶ ଏଜେନ୍ସି (ନାସା) ମୁଖ୍ୟ ବିଲ ନେଲସନ ଚିନ୍ତା ପ୍ରକଟ କରିଛନ୍ତି । ଚଳିତ ବର୍ଷ କୋଟି କୋଟି ଲୋକ ଭୟଙ୍କର ଗରମକୁ ସାମ୍ନା କରିଥିବା ବେଳେ ଜୁଲାଇ ମାସରେ ସର୍ବାଧିକ ହିଟ୍ ୱେଭ ରେକର୍ଡ ହୋଇଥିଲା ।

୧୮୮୦ ମସିହା ପରଠାରୁ ଚଳିତ ବର୍ଷର ଜୁଲାଇ ମାସ ହିଟ୍ ମାମଲାରେ ସର୍ବାଗ୍ରେ ରହିଥିଲା । ତେଣୁ ଏନେଇ ଏବେଠାରୁ ସାରା ବିଶ୍ୱବାସୀଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଯଦି ଏ କ୍ଷେତ୍ରରେ କୌଣସି ଅବହେଳା କରାଯାଏ ତେବେ ଅକାରଣରେ ଅନେକଙ୍କ ଜୀବନ ଚାଲିଯାଇପାରେ । ଆସନ୍ତା ୨୦୨୪ ବର୍ଷ ପାଇଁ ନାସା ପକ୍ଷରୁ ଏପରି ଭୟଙ୍କର ଚେତାବନୀ ଜାରି କରାଯାଇଛି ।

ବିଲ କହିଛନ୍ତି, ଆମେରିକା ହେଉ ବା ଅନ୍ୟ କୌଣସି ଦେଶ ହେଉ ଜଳବାୟୁ ସଙ୍କଟକୁ ସମସ୍ତେ ସାମ୍ନା କରୁଛନ୍ତି । ଏହାର ବିଜ୍ଞାନ ସମସ୍ତଙ୍କୁ ବୁଝିବାକୁ ପଡ଼ିବ । ନଚେତ୍ ଧରିତ୍ରୀ ପୃଷ୍ଠରେ ଆମେ ରହିବାକୁ ଯୋଗ୍ୟ ହେବା ନାହିଁ । ଆମେ ନିଜ ସହ ପୃଥିବୀ ଓ ପରିବେଶକୁ ମଧ୍ୟ ବଞ୍ଚାଇବାକୁ ପଡ଼ିବ । ଚଳିତ ବର୍ଷ ଜୁଲାଇ ମାସ ୩ ତାରିଖରୁ ଅଗଷ୍ଟ ମାସ ୭ ତାରିଖ ପର୍ଯ୍ୟନ୍ତ କ୍ରମାଗତ ୩୬ ଦିନ ପର୍ଯ୍ୟନ୍ତ ଭୟଙ୍କର ଗରମ ଦେଖିବାକୁ ମିଳିଥିଲା । ବାୟୁମଣ୍ଡଳରେ କାର୍ବନ ଉତ୍ସର୍ଜନ ସହିତ ଏଲ-ନିନୋର ପ୍ରଭାବ ଦେଖିବାକୁ ମିଳୁଛି । ଏହା ସାରା ବିଶ୍ୱର ତାପମାତ୍ରାକୁ ବଢ଼ାଉ ଦେଇଛି । ଆମେରିକା ଠାରୁ ଚୀନ ପର୍ଯ୍ୟନ୍ତ କୌଣସି ଅଞ୍ଚଳ ମଧ୍ୟ ଥଣ୍ଡା ହେଉନାହିଁ । ଗରମ କାରଣରୁ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ଗରମ କାରଣରୁ, କାନାଡ଼ା, ରୁଷ, ୟୁରୋପ, ଆଫ୍ରିକା ଓ ହୱାଇ ଦୀପର ଜଙ୍ଗଲରେ ନିଆଁ ଲାଗିଥିଲା । ଆମେରିକା, ମଧ୍ୟ-ପୂର୍ବ, ଏସିଆ ଓ ୟୁରୋପରେ ମୌସୁମୀ ତୁଫାନ ଓ ବର୍ଷା, ବନ୍ୟା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.