fbpx

ମନ୍ତ୍ରୀ କରିବେ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ପଞ୍ଜାବ; ମନ୍ତ୍ରୀ ମାନଙ୍କୁ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ । ରାଜ୍ୟର ହୋସିଆରପୁର, ରୂପ ନଗର ଏବଂ ଗୁରୁଦାସପୁର ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଠିକ ଭାବରେ ଚାଲିଛି କି ନାହିଁ ତାହାର ବାଖ୍ୟା କରନ୍ତୁ ବୋଲି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି ଯେ ଭାକ୍ରା ଏବଂ ପଙ୍ଗ ଡ୍ୟାମରୁ ଅଧିକ ଜଳ ଛଡା ଯିବା ପରେ ୩ ଟି ଜିଲ୍ଲା ଜଳ ବନ୍ଦୀ ହୋଇଛି । ଅଧିକାରୀ କହିଛନ୍ତି ଏହି ୩ଟି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ କାର୍ଯ୍ୟ ଶେଷ ହୋଇ ସାରିଛି । ଏହା ସହ ସେମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ସରକାରୀ ସୂଚନା ଅନୁସାରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ସେମାନଙ୍କୁ ବନ୍ୟାସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ସୋମବାର ଗୁରୁଦାସପୁର, ଅମୃତସର, ହୋଶିଆରପୁର ଜିଲ୍ଲା ବାସୀଙ୍କୁ ସତର୍କ କରାଇବା ସହିତ ନଦୀ କୁଳକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଡ୍ୟାମ ଜଳ ଛାଡିବା ପରେ ଏହି ସବୁ ସ୍ଥାନରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମ ବାସୀଙ୍କ କହିବା ଅନୁସାରେ ଚାଷ ଜମିରେ ବନ୍ୟା ଜଳ ମାଡି ଥିବାରୁ ସେମାନଙ୍କର ବହୁତ କ୍ଷତି ହୋଇଛି । ଏହା ଛଡା ଅଧିକାରୀମାନଙ୍କ କହିବା ଅନୁସାରେ ଅନେକ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଜନସମ୍ପର୍କ ବିଭାଗ କହିବା ଅନୁସାରେ ଖଣି ବିଭାଗ ନଦୀ କୂଳରେ ଥିବା ଖାଲ ଗୁଡିକୁ ପୂରଣ କରିବା ପାଇଁ ନିୟୋଜିତ ହୋଇଥିଲେ । ଦେଖିବାକୁ ଗଲେ ପଞ୍ଜାବରେ ଦ୍ୱିତୀୟ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜୁଲାଇ ୯ରୁ ୧ ୧ ମଧ୍ୟରେ ବର୍ଷା ଦ୍ୱାରା ରାଜ୍ୟ ପ୍ରଭାବିତ ହୋଇଥିଲା । ଯାହା ଦ୍ୱାରା ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

Get real time updates directly on you device, subscribe now.