fbpx

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମିଳିବ କୃତ୍ରିମ ଅଙ୍ଗ ପ୍ରତିରୋପଣ ସୁବିଧା: ୩୦ଟି ଜିଲ୍ଲାରେ ARC ଖୋଲିବାକୁ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ସମସ୍ତ ସୁବିଧା ସୁଯୋଗ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଦି ବିଭିନ୍ନ କ୍ଷେତ୍ର ପାଇଁ ନୂଆ ନୂଆ ଯୋଜନା ପ୍ରଣୟନ କରୁଛନ୍ତି । ତେବେ ରାଜ୍ୟକୁ ଡାକ୍ତରୀ ବଳକା ରାଜ୍ୟ ଭାବେ ପରିଗଣିତ କରାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଅନେକ ନୂଆ ମେଡିକାଲ ସ୍ଥାପନ କରିବା ସହିତ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଉଛନ୍ତି ।

ତେବେ ଏଣିକି ରାଜ୍ୟର କୌଣସି ଅଞ୍ଚଳର ଲୋକଙ୍କୁ କୃତ୍ରିମ ଅଙ୍ଗ ପ୍ରତିରୋପଣ କରାଇବା ପାଇଁ ରାଜଧାନୀର କ୍ୟାପିଟାଲ ହସ୍ପିଟାଲକୁ ଆସିବାକୁ ପଡ଼ିବ ନାହିଁ । ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ କୃତ୍ରିମ ଅଙ୍ଗ ପ୍ରତିରୋପଣ ସୁବିଧା ମିଳିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୯ଟି ଜିଲ୍ଲାର ଆଡଭାନ୍ସଡ ରିହାବିଲିଟେସନ ସେଣ୍ଟର (ଆର୍କ) ଖୋଲିବ । ପରବର୍ତ୍ତୀ ସମୟରେ ଆଉ ୨୧ଟି ଜିଲ୍ଲାରେ ଏହା ଖୋଲିବ । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଏନେଇ ସୂଚନା ଦେଇଥିବା ବେଳେ ଖୁବଶୀଘ୍ର ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିବ । ତେବେ ଏଥିପାଇଁ ପ୍ରତି ଜିଲ୍ଲାରେ ୨୭-୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଏହା ପୂର୍ବରୁ ରାଜ୍ୟରେ ପ୍ରଥମ ଥର ପାଇଁ ପରିବାର ନିୟୋଜନର ନୂଆ ପଦ୍ଧତି ଆରମ୍ଭ ହୋଇଥିଲା । ପୂର୍ବରୁ ଇଞ୍ଜେକସନ ମାଧ୍ୟମରେ ପରିବାର ନିୟନ୍ତ୍ରଣ କରାଯାଉଥିବା ବେଳେ ଏହି ପଦ୍ଧତି ମାଧ୍ୟମରେ ମହିଳାଙ୍କର ବାହୁର ଚର୍ମତଳେ ମେଡିସିନ କିଟସ୍ ରଖାଯିବ । ଗଞ୍ଜାମ ଜିଲ୍ଲାରେ ପ୍ରଥମେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଆବଶ୍ୟକ କିଟସ ଉପଲବ୍ଧ ହେବା ପରେ ଏହି କୌଶଳ ରାଜ୍ୟର ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହେବ ବୋଲି ଗତ ମେ ମାସରେ କୁହାଯାଇଥିଲା । ସେହିପରି ଅଯଥାରେ ନଷ୍ଟ ହେଉଥିବା ହାଡ଼କୁ ସଂରକ୍ଷିତ କରି ରଖିବା ପାଇଁ କଟକର ଏସସିବିରେ ପ୍ରଥମ ଥର ପାଇଁ ‘ବୋନ ବ୍ୟାଙ୍କ’ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏଥିସହିତ କୋଭିଡ-୧୯ ସଂକ୍ରମିତଙ୍କୁ ବ୍ୟୟବହୁଳ ଚିକିତ୍ସା ଖର୍ଚ୍ଚରୁ ମୁକ୍ତି ଦେବା ଲକ୍ଷ୍ୟରେ ୨୦୨୧ରେ ରାଜ୍ୟ ସରକାର ୪ଟି ଏକମୋ ମେଶିନ୍ କିଣିଥିଲେ ।

Get real time updates directly on you device, subscribe now.