fbpx

ଆପଣ ପଙ୍ଖା କିଣିବାକୁ ଯାଉଛନ୍ତି କି: ତେବେ ଜାଣି ରଖନ୍ତୁ ସରକାରଙ୍କ ସର୍ତ୍ତାବଳୀ

ସରକାର ବର୍ତ୍ତମାନ କିଛି ସମୟ ପାଇଁ ଦେଶର ଗୁଣାତ୍ମକ ଉତ୍ପାଦନ ବିରୋଧରେ ଅଭିଯାନ ଚଲାଇଛନ୍ତି । ପ୍ରଥମେ ସରକାର ପ୍ଲାଷ୍ଟିକ ପ୍ରଡକ୍ଟ ପରେ ୟୁଏସବି କେବୁଲ ଯାହାଦ୍ୱାରା ଇଲେକ୍ଟ୍ରି ଆଇଟମ ଉପରେ ନିଷେଧାଦେଶ ଲାଗୁ କରିଛନ୍ତି । ଏବେ ସରକାର ଖରାପ ପଙ୍ଖା ଉପରେ ନଜର ଦେଇଛନ୍ତି । ଏବେ ସରକାର ଛାତରେ ଲାଗୁଥିବା ପଙ୍ଖା ଉପରେ ମଧ୍ୟ ସର୍ତ୍ତାବଳୀ ଲାଗୁ କରିଛନ୍ତି । ଏହା ଘରୋଇ ଉତ୍ପାଦନକକୁ ପ୍ରୋତ୍ସାହିତ କରିବା ଏବଂ ଆମଦାନୀକୁ ରୋକିବା ପାଇଁ ସରକାର ଏପରି ପଦକ୍ଷପ ନେଇଛନ୍ତି ।

ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭିଗ ଅଗଷ୍ଟ ୯ରେ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲା । ବିଜ୍ଞପ୍ତିରେ କୁହାଯାଇଥିଲା ସିଂଲିଙ୍ଗ ଫ୍ୟାନ ଇଲେକ୍ଟ୍ରି ପାର୍ଟସ ଗୁଡିକ ବିଏସି ମାର୍କ ବିନା ଉତ୍ପାଦନ, ବିକ୍ରୟ, ବାଣିଜ୍ୟ ବା ସଂରକ୍ଷଣ ହୋଇପାରିବ ନାହିଁ । ବିଜ୍ଞପ୍ତି ପ୍ରକାଶର ୬ ମାସ ପରେ ଏହା କାର୍ଯ୍ୟକାରୀ ହେବ । ସେ ପର୍ଯ୍ୟନ୍ତ ବିଏସି ସାଟିଫିକେଟ ବାଧ୍ୟତାମୁଳକ ହେବନାହିଁ ।

ବିଏସ୍ ଆକ୍ଟର ପ୍ରଥମ ଥର ଉଲ୍ଲଂଘନ କଲେ ଦୁଇ ବର୍ଷ ଜେଲ ଏବଂ ୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ । ଯଦି ସମ୍ପୃକ୍ତ ବ୍ୟକ୍ତି ଦ୍ୱିତୀୟ ଥର ଏହା ଉଲ୍ଲଂଘନ କରେ ତେବେ ଜୋରିମାନା ୫ ଲକ୍ଷ ଟଙ୍କା ହେବ ।

ବର୍ତ୍ତମାନ ବଜାରରେଥିବା ଖରାପ ପ୍ଲାଷ୍ଟିକ ବୋତଲ ଦ୍ୱାରା ଆପଣ ମଧ୍ୟ ଅସୁବିଧାରେ ପଡି ପାରନ୍ତି । କିନ୍ତୁ ଏବେ ଏହି ସମସ୍ୟା ଦୂର ହେବାକୁ ଯାଉଛି । ଏବେ ଏହି ସବୁ ଜିନିଷର ଗୁଣ ନିର୍ଣ୍ଣୟ କରିବାକୁ ସରକାର ବାଧ୍ୟତା ମୂଳକ ରିଛନ୍ତି ।
ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରେତ୍ସାହନ ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି ଯାରି କରିଛନ୍ତି । ଏହି ଉତ୍ପାଦନ ଗୁଡିକ ସଂରକ୍ଷଣ , ବିକ୍ରୟ, ଆମଦାନୀ, କରାଯାଇ ପାରିବ ନାହିଁ ।

Get real time updates directly on you device, subscribe now.