fbpx

ଦୁଇ ଦେଶ ମଧ୍ୟରେ ଟକ୍କର: ଚନ୍ଦ୍ରଯାନର ୨ ଦିନ ପୂର୍ବରୁ ଚନ୍ଦ୍ରରେ ଅବତରଣ କରିବ ଋଷର ଲୁନା-୨୫

ନୂଆଦିଲ୍ଲୀ : ଭାରତର ଚନ୍ଦ୍ରଯାନ ଉପରେ ପୁରା ବିଶ୍ୱର ନଜର ଥିବା ବେଳେ ଲୁନା -୨୫ ଉପରେ ଏବେ ସମସ୍ତଙ୍କ ନଜର । ଭାରତ ସହିତ ଏବେ ଋଷ ମଧ୍ୟ ଚନ୍ଦ୍ର ମିଶନରେ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଚନ୍ଦ୍ରଯାନର ୨ ଦିନ ପୂର୍ବରୁ ଲୁନା ୨୫ ଚନ୍ଦ୍ରରେ ଅବତରଣ କରିବ । ଭାରତର ଚନ୍ଦ୍ରଯାନ ପରି ଋଷର ଯାନ ମଧ୍ୟ ଚନ୍ଦ୍ରର ଦକ୍ଷିଣ ଭାଗରେ ଲ୍ୟାଣ୍ଡ କରିବ ।

ଲୁନା-୨୫ ବିଷୟରେ ଋଷର ମହାକାଶ ଏଜେନ୍ସି କହିଛନ୍ତି ବୁଧବାର ଋଷର ଲୁନାର ମହାକାଶଯାନ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ । ଲୁନାର ପାଖାପାଖି ୫ ଦିନ ପର୍ଯ୍ୟନ୍ତ ଚନ୍ଦ୍ର ଚାରି ପଟେ ବୁଲିବ । ୨୧ ଅଗଷ୍ଟରେ ଚନ୍ଦ୍ରର ଦକ୍ଷିଣରେ ଲ୍ୟାଣ୍ଡ କରିବା ପୂର୍ବରୁ ନିଜର ପଥ ବଦଳାଇବ । ଅନ୍ୟପଟେ ଭାରତର ଚନ୍ଦ୍ରଯାନ-୩ ଦୁଇ ଦିନ ପରେ ଅର୍ଥାତ ୨୩ ଅଗଷ୍ଟରେ ଦକ୍ଷିଣ ପୋଲରେ ଅବତରଣ କରିବ ।

ଚନ୍ଦ୍ରଯାନ-୩କୁ ୧୪ ଜୁଲାଇରେ ଆନ୍ଧ୍ରପ୍ରଦେଶର ସତିଶ ଧୱନ ସ୍ପେସ ସେଣ୍ଟରରୁ ଲଞ୍ଚ କରାଯାଇଥିଲା । ଯାହା ଏହି ମାସ ଆରମ୍ଭରେ ଚନ୍ଦ୍ର କକ୍ଷରେ ପହଞ୍ଚିଛି । କିନ୍ତୁ ଋଷ ୧୧ ଅଗଷ୍ଟରେ ଲୁନା-୨୫କୁ ଲଞ୍ଚ କରିଥିଲା । ଯାହା ଚନ୍ଦ୍ର କକ୍ଷରେ ପ୍ରବେଶ କରିବାକୁ ସବୁଠାରୁ ଛୋଟ ରାସ୍ତା ଦେଇ ଗତି କରିଛି । ଏହି ଛୋଟ ରାସ୍ତା ବିଷୟରେ ଦୁନିଆର କୌଣସି ମହାକାଶ ବୈଜ୍ଞାନୀକମାନଙ୍କୁ ଜଣା ନାହିଁ ।

ଋଷ ମହାକାଶରେ ହେଉଥିବା ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିଥିବା ଅନାତୋଲି ଜକ କୁହନ୍ତି , ସେ ପ୍ରଥମେ ଲୁନା ୨୫ ମିଶନ ୟୁରୋପିୟ ଦେଶମାନଙ୍କ ସହିତ ମିଶି କରିବାକୁ ଚାହୁଥିଲେ । କିନ୍ତୁ ୟୁକ୍ରେନ ଯୁଦ୍ଧ ଯୋଗୁଁ ୟୁରୋପିୟ ଦେଶଗୁଡିକ ଏଥିରୁ ନିବୃତ୍ତ ହୋଇଥିଲେ । ଏହା ପରେ ଋଷ ନିଜ ସକ୍ଷମରେ ଲୁନା୨୫ କୁ ମହାକାଶକୁ ପଠାଇଥିଲା ।

Get real time updates directly on you device, subscribe now.