fbpx

ଜାମ୍ମୁ-କାଶ୍ମୀରରେ ୮ ଅତଙ୍କବାଦୀ ଗିରଫ

ଜାମ୍ମୁ-କାଶ୍ମୀର : ଜାମ୍ମୁ-କାଶ୍ମୀରକୁ ଅତଙ୍କୀ ମୁକ୍ତ କରିବା ପାଇଁ ସୁରକ୍ଷାକର୍ମୀ ମାନେ ସବୁବେଳେ ସଜାଗ । ଏବେ ଆଉ ଏକ ବଡ ସଫଳତା ତାଙ୍କୁ ମିଳିଛି । ପୋଲିସର କହିବା ଅନୁସାରେ ଉରୀ ରାଜ୍ୟର ବାରମୂଲାରେ ଆତଙ୍କବାଦୀମାନଙ୍କର ଗ୍ରୃପ ଧରାପଡିଛି । ପୋଲିସ କହିବା ଅନୁସାରେ ଏଠାରୁ ୮ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଏହା ଛଡା ସେମାନଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ର ଜବତ ହୋଇଛି ।

ବାରମୂଲାର ଏସସ୍ପି ଆମୋଦ ଅଶୋକ ନାଗପୁରେ କହିଛନ୍ତି ୨ ଗୋଷ୍ଠିର ଆତଙ୍କବାଦୀ ସଂଗଠନ ଠାବ ହୋଇଥିଲା । ପ୍ରଥମ ଥର ୮ ଅଗଷ୍ଟକୁ ଏମାନଙ୍କ ଉପରେ ଚଢାଉ ହୋଇଥିଲା । ସେତେବେଳେ ବାରମୁଲା ପୋଲିସ ୧୬ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସେମାନଙ୍କ ପାଖରେ ଗ୍ରାନାଇଡ ମଧ୍ୟ ଥିଲା ।

ପୋଲିସ କହିବା ଅନୁସାରେ ୧୧ ଅଗଷ୍ଟରେ ୫ ଜଣ ଆତଙ୍କବାଦୀଙ୍କୁ ଉରୀ କ୍ଷେତ୍ରରୁ ଗିରଫ କରାଯାଇଥିଲା । ସେମାନଙ୍କ ପାଖରୁ ୪ ଟି ଗ୍ରାନାଇଡ, ୧୦ ରାଉଣ୍ଡ ଗୁଳି, ୫୦ ହଜାର ନଗଦ ଟଙ୍କା ଜବତ ହୋଇଥିଲା । ଏହି ଆତଙ୍କବାଦୀମାନେ ସୀମାରେ ହତିଆର ଆଦାନ ପ୍ରଦାନ କରୁଥିଲେ ।

Get real time updates directly on you device, subscribe now.