fbpx

ଦୂତୀ ଚାନ୍ଦଙ୍କୁ ଲାଗିଲା ୪ ବର୍ଷର ପ୍ରତିବନ୍ଧକ, ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ କୌଣସି..

ଓଡିଶା ଭାସ୍କର: ଦୁଇ ଦୁଇଥର ଅଲିମ୍ପିଆନ ଭାରତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଲାଗିଛି ଶକ୍ତ ଝଟକା । ଡୋପ୍ ଟେଷ୍ଟରେ ବିଫଳ ପରେ ତାଙ୍କ ଉପରେ ଲାଗିଛି ୪ ବର୍ଷର ପ୍ରତିବନ୍ଧକ । ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ସେ କୌଣସି ଜାତୀୟ କିମ୍ବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ । ଚଳିତ ବର୍ଷ ଜାନୁଆରୀ ତିନି ତାରିଖରୁ ଏହି କଟକଣା ଲାଗୁ ହେବ । କହିବାକୁ ଗଲେ ଅଲିମ୍ପିଆନ ଦୂତୀ ଚାନ୍ଦଙ୍କୁ ଏକ ପ୍ରକାରର ବାସନ୍ଦ କରି ରଖାଯାଇଛି । ଯାହାକୁ ନେଇ ଦୂତୀଙ୍କ ପ୍ୟାରିସ ଅଲିମ୍ପିକ୍ସରୁ ମେଡାଲ ଆଣିବା ଆଶା ମଉଳିଛି ।

ସୂଚନା ଥାଉକି, ଦୂତୀ ପୂର୍ବରୁ ୨୦୧୬ ଓ ୨୦୨୦ ଅଲିମ୍ପିକ୍ସରେ ଭାଗନେଇଥିଲେ ମଧ୍ୟ କୌଣସି ମେଡାଲ ଜିତିପାରିନଥିଲେ । ସେଥିଲାଗି ତାଙ୍କର ଫୋକସରେ ଥିଲା ୨୪ ଅଲିମ୍ପିକ୍ସ । ଏପରିକି ୨୪ ଅଲିମ୍ପିକ୍ସ ପରେ ଖେଳରୁ ଅବସର ନେବାକୁ ସେ ଅନଔପଚାରିକ ଘୋଷଣା ବି କରିଥିଲେ । ହେଲେ ଏବେ ତାଙ୍କର ସବୁ ପ୍ରସ୍ତୁତି ଉପରେ ଲକ୍ଷ୍ମଣ ରେଖା ଟାଣିଦେଇଛି ରାଷ୍ଟ୍ରୀୟ ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ ।

Get real time updates directly on you device, subscribe now.