fbpx

ପିଆଜ ଦର ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ, ରପ୍ତାନୀ ଉପରେ ଲାଗିବ ୪୦% କର

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପନିପରିବାର ଦର ଆକାଶ ଛୁଆଁ ଥିବା ବେଳେ ପିଆଜ ଦର ବଢିବା ଆରମ୍ଭ ହୋଇଛି। ଆଶଙ୍କା କରାଯାଉଛି ଯେ, ଆଗକୁ ସେପ୍ଟେମ୍ବର ମାସରେ ଏହା ଆହୁରି ବୃଦ୍ଧି ପାଇ କିଲୋ ପିଛା ୧୦୦ ଟଙ୍କା ଛୁଇଁ ପାରେ। ଏଭଳି ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶନିବାର ପିଆ ରପ୍ତାନୀ ଉପରେ ୪୦ ପ୍ରତିଶତ କର ଲଗାଇବାକୁ ନିଷ୍ପତି ନେଇଛନ୍ତି।

ତତ୍କାଳ ଏହି ନିଷ୍ପତି ଲାଗୁ ହେବା ସହିତ ଏହା ଆଗାମୀ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଅର୍ଥ ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି। ଜୁଲାଇ ମାସରେ ଦେଶରେ ଟମାଟୋ ଦର ଅହେତୁକ ଭାବରେ ବୃଦ୍ଧି ପାଇବା ପରେ ଏହା ପଛକୁ ଅନ୍ୟ ପରିବାର ଦର ମଧ୍ୟ ବୃଦ୍ଧି ପାଇଥିଲା।

ସେହିଭଳି ଅଗଷ୍ଟ ମାସରେ ମଧ୍ୟ ଟମାଟୋ ଦର ସାମାନ୍ୟ ହ୍ରାସ ପାଇ ୫୦ ଟଙ୍କା ଆଖପାଖରେ ରହିଛି। ନିକଟରେ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୧୫ ମାସ ପରେ ଜୁଲାଇ ମାସରେ ମୁଦ୍ରାସ୍ପିତି ସର୍ବାଧିକ ରହିଛି । ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୧% ଥିବା ବେଳେ ଜୁଲାଇ ମାସରେ ଏହା ୭.୪୪%ରେ ପହଞ୍ଚିଛି। ବର୍ତ୍ତମାନ ସମୟରେ ପିଆଜ ବ୍ୟତିତ ଆଳୁ ଦର ମଧ୍ୟ ବଢିବାରେ ଲାଗିଲାଣି।

Get real time updates directly on you device, subscribe now.