fbpx

ମାନବିକତାର ସୀମା ପାର କଲେ ମହିଳା: କୁକୁର ଉପରକୁ କଲେ ଏସିଡ ମାଡ଼

ମୁମ୍ବାଇ : ମହାରାଷ୍ଟ୍ର ମୁମ୍ବାଇରେ ଏକ ଲଜ୍ୟାଜନକ ଘଟଣା ଘଟିଛି । ଏଠାରେ ଜଣେ ମହିଳା ପୋଷା କୁକୁର ଉପରେ ଏସିଡ ପକାଇଥିଲେ । ଯାହା ଦ୍ୱାରା କୁକୁରଟି ଗୁତ୍ତର ହୋଇଥିଲା । ତେବେ ଏସିଡ ପକାଇଥିବା ମହିଳାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ମହିଳାଙ୍କ କହିବା ଅନୁସାରେ କୁକୁରକୁ ବିଲେଇ ଠାରୁ ଅଲଗା କରିବା ପାଇଁ ସେ ଏସିଡ ପକାଇଥିଲେ । ଏହି ଘଟଣାର ସିସିଟଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ଆଧାର କରି ମାଲବଣି ପୋଲିସ ତଦନ୍ତ କରୁଛି । ସୂଚନା ଅନୁସାରେ ଏସିଡ ମାଡ ପରେ କୁକୁରର ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ତେବେ ସେହି କୁକୁରକୁ ଟିଭି ଅଭିନେତ୍ରୀ ଜୟା ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ଟିମ ଉଦ୍ଧାର କରିଥିଲେ । କୁକୁରକୁ ଜୟାଙ୍କର ଏନଜିଓ ଥ୍ୟାଙ୍କ ୟୁ ଅର୍ଥକୁ ନିଆଯାଇଥିଲା ଯେଉଁଠାରେ ପଶୁମାନଙ୍କୁ ଚିକିତ୍ସା କରାଯାଏ ।

ମୁମ୍ବାଇ ଉପନଗର ମାଲାଡ ମାଲବଣୀ ପୋଲିସ ଜଣେ ୩୫ ବର୍ଷ ମହିଳାଙ୍କ ବିରୋଧରେ ମାମାଲା ରୁଜୁ କରିଛି । ତେବେ ମହିଳା ଜଣକ ନିଜ ବିଲ୍ଡଙ୍ଗରେ ରହୁଥିବା କୁକୁର ଉପରକୁ ଏସିଡ ପକାଇଥିଲେ । ଯାହା ଫଳରେ କୁକୁରଟି ଗୁରୁତର ହୋଇଥିଲା । ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ କରୁଛି ।

ପୋଲିସ କହିବା ଅନୁସାରେ ଏହି ଘଟଣା ୧୬ ଅଗଷ୍ଟରେ ରାତି ୧୨ରେ ଘଟିଥିଲା । ଆରୋପି ମହିଳାଙ୍କ ନାମ ସବିସ୍ଥା ସୁହେଲ ଆନସାରୀ । ତେବେ ବ୍ରାଉନି ନାମର ଏହି କୁକୁରଟି ଏକ ବିଲେଇ ସାଙ୍ଗରେ ଖେଳୁଥିଲା । ଖେଳିବା ସମୟରେ ବିଲେଇକୁ ଆଘାତ ହୋଇଥିଲା । ଯାହା ପରେ ଆରୋପି ମହିଳା ଜଣଙ୍କ କୁକୁର ଉପରେ ଏସିଡ ପକାଇଥିଲେ ।

ତେବେ ଏସିଡ ପକାଇବା ଦ୍ୱାରା କୁକୁର ଆଖି ନଷ୍ଟ ହୋଇଥିଲା । ଏହି ସବୁ ଘଟଣା ବିଲ୍ଡିଙ୍ଗରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି ।

Get real time updates directly on you device, subscribe now.