fbpx

ବିଶ୍ୱ ମଶା ଦିବସ : ଗୋଟିଏ ମଶା ପାଇଁ କେତେ ପ୍ରକାର ରୋଗ ହୋଇଥାଏ

ଦୁନିଆ ସାରା ମଶାମାନେ ଯେଉଁ ପରିମାଣର ରୋଗ ବୃଦ୍ଧି କରୁଛନ୍ତି ତାହା ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ବିଶ୍ୱ ମଶା ଦିବସ ପାଳନ କରାଯାଏ । ତେବେ ଆମକୁ ବୁଝିବାକୁ ପଡିବ କାହିଁ ମଶା ଯୋଗୁଁ ଅନେକ ଲୋକ ରୋଗରେ ପଢୁଛନ୍ତି । ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋମାନେ ଏମାନଙ୍କ ପାଇଁ ମୃତ୍ୟୁ ମୁଖରେ ପଡୁଛନ୍ତି । ଅସନ୍ତୁ ଜାଣିବା ମଶାଙ୍କ ସଂଖ୍ୟ ବୃଦ୍ଧି ଏବଂ ସେମାନେ ସୃଷ୍ଟି କରୁ ଥିବା ରୋଗ ବିଷୟରେ ।

ମେଲେରିଆ ମାଈ ଏନୋଫିଲିଜ୍ ମଶା କାମୁଡିବା ଦ୍ୱାରା ହୋଇଥାଏ । ଯେଉଁ ଲୋକମାନଙ୍କୁ ମେଲେରିଆ ହୋଇଥାଏ ସେମାନଙ୍କୁ ଜୋରରେ ଜ୍ୱର ଆସିବା ସହିତ ଶିତ ମଧ୍ୟ ଅନୁଭୂତ ହୋଇଥାଏ । ଏହି ମଶାମାନେ ସାଧାରଣତଃ ବର୍ଷା ଦିନରେ ଜନ୍ମ ନିଅନ୍ତି । ଏବଂ ଦିନ ସମୟରେ ମଣିଷମାନଙ୍କୁ ଆକ୍ରମଣ କରିଥାଏ ।

ଡେଙ୍ଗୁ ଏକ ଭାଇରାଲ ଇନଫେକ୍ସନ ହୋଇଥାଏ । ଡେଙ୍ଗୁ ମଶାମାନେ ସଫା ପାଣିରେ ଜନ୍ମ ନେଇଥାନ୍ତି । ଯେଉଁମାନଙ୍କୁ ଡେଙ୍ଗୁ ହୋଇଥାଏ ସେମାନଙ୍କୁ ଜୋରରେ ଜ୍ୱର ହେବା ସହିତ , ମୁଣ୍ଡ ବିନ୍ଧା, ଶରୀର ପିଡା ହୋଇଥାଏ । ଏହି ରୋଗରେ ଶରୀରର ବ୍ଲ ସେଲକୁ ଖରାପ କରିଥାଏ ।

ଚିକେନଗୁନିଆ ମଧ୍ୟ ମଶା ଜନିତ ଏକ ଭାଇରାଲ ରୋଗ । ଯାହା ଚିକେନଗୁନିଆ ଭାଇରସ କରାଣରୁ ହୋଇଥାଏ । ଏହି ରୋଗ ସଂକ୍ରମିତ ମଶାଙ୍କ ଦ୍ୱାରା ହୋଇଥାଏ । ସଂକ୍ରମଣର ସବୁଠାରୁ ବଡ ଲକ୍ଷଣ ଜ୍ୱର ଏବଂ ଆଣ୍ଠୁ ଗଣ୍ଠିରେ ପିଡା ହୋଇଥାଏ । ଏହା ଛଡା ଶରୀରରେ ପିଡା, ଏବଂ ମାଂସପେଶୀରେ ପିଡା ଦେଖିବାକୁ ମିଳିଥାଏ ।

ଏସ୍ନେଫେଲାଇଟିିସ, କ୍ୟୁଲେକ୍ସ ପ୍ରଜାତିର ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ଏହି ରୋଗୀଙ୍କୁ ଅଧିକ ମାତ୍ରାରେ ଜ୍ୱର ହେବା ସହିତ ବ୍ରେନ ଡ୍ୟାମେଜର ମଧ୍ୟ କାରଣ ହୋଇଥାଏ । ଏହା ଦ୍ୱାରା ହେଉଥିବା ଜ୍ୱର ମତିସ୍କକୁ ଚଢିଥାଏ ।
ଜିକା ଭାଇରସ ସାଧାରଣରେ ଏଡିଶ ମଶା କାମୁଡିବା ଦ୍ୱାରା ଏହି ରୋଗ ହୋଇଥାଏ । ଏହା ଦ୍ୱାରା ଗର୍ଭବତୀ ମହିଳା ଏବଂ ତାହାର ଶିଶୁ ପ୍ରତି ମଧ୍ୟ ବିପଦ ରହିଥାଏ । ସେଥି ପାଇଁ ଗର୍ଭବତୀ ମହିଳା ମାନେ ଏହାର ଟିକା ନେବା ସହିତ ମଶାଙ୍କଠାରୁ ନିଜକୁ ରକ୍ଷା କରିବା ଆବଶ୍ୟକ ।

ଫାଇଲେରିଆ ବିଭିନ୍ନ ପ୍ରକାର ମଶାଙ୍କ ଦ୍ୱାରା ହୋଇଥାଏ । ଉଦାହରଣ ପାଇଁ କୟୁଲେକ୍ସ ମଶା, ଯେଉଁ ମଶାମାନେ ସହର ଏବଂ ଅର୍ଧ ସହରଅଞ୍ଚଳରେ ଦେଖିବାକୁ ମିଳନ୍ତି ସେହି ମଶା ମାନଙ୍କ ଦ୍ୱାରା ହୋଇଥାଏ । ଏହି ମଶା କାମୁଡିବା ଦ୍ୱାରା ଶରୀରର ଅନେକସ୍ଥାନ ଫୁଲିଥାଏ ।

ଜାଣିବା ମଶା କେଉଁ ବ୍ଲଡ ଗ୍ରୁପର ଲୋକମାନଙ୍କୁ ଅଧିକ ଆକ୍ରମଣ କରିଥାନ୍ତି । ଅନେକ ରିସର୍ଚ୍ଚରୁ ଜଣା ପଡିଛି ବିଭିନ୍ନ ବ୍ଲଡଗ୍ରୃପର ଲୋକମାନଙ୍କୁ ମଶା ମାନେ କାମୁଡିଥାନ୍ତି । ଯେଉଁ ରକ୍ତରେ ଅଧିକମାତ୍ରାର ପ୍ରୋଟିନ୍ ଥାଏ ସେହି ମନୁଷ୍ୟକୁ ମଶା ଅଧିକ କାମୁଡିଥାନ୍ତି । ମଶାମାନେ ଅନ୍ୟ ବ୍ଲଡଗ୍ରୃପ ତୁଳନାରେ ଓ ବ୍ଲଡଗ୍ରୃପର ଲୋକମାନଙ୍କୁ ଅଧିକ କାମୁଡିଥାନ୍ତି ।

ମଶାମାନଙ୍କ ଦ୍ୱାରା ହେଉଥିବା ରୋଗ ଗୁଡିକର ଆରମ୍ଭ ବର୍ଷା ଦିନରେ ହୋଇଥାଏ । ଏହି ସମୟରେ ମଶାମାନେ ଜନ୍ମ ନେଇଥାନ୍ତି । ଏହା ଛଡା ଆପଣଙ୍କ ଘର ପାଖରେ ଜମିଥିବା ପାଣି ଯୋଗୁଁ ମଧ୍ୟ ମଶା ମାନଙ୍କ ସଂଖ୍ୟା ବୃଦ୍ଧି ହେଇଥାଏ ।
ମଶାରୁ ରକ୍ଷା ପାଇବା ପାଇଁ ଆପଣମାନେ ନିଜ ଘର ଚାରିପଟ ସଫା ସୁତରା ରଖିବା ସହିତ ମଶାରି ଲଗାଇ ଶୋଇବା ଆବଶ୍ୟକ ।

ମଶା ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଆପଣ ନିଜ ଘର ଚାରିପଟେ କୌଣସି ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁ ନାହିଁ । ଏହା ଛଡା ଘରେ ନିମ୍ବ ପତ୍ରର ଧୂଆ କରିବା ଆବଶ୍ୟକ ।

Get real time updates directly on you device, subscribe now.