fbpx

(Video) ‘ଅଳ୍ପ ସମୟରେ ଖେଳ ଖତମ୍ ହେଇଯିବ’… ଅନୁଭବ ମହାନ୍ତିଙ୍କ Tweetକୁ ନେଇ ଏବେ ଚର୍ଚ୍ଚା

ଭୁବନେଶ୍ୱର: ମରିବା ପାଇଁ ଅଳ୍ପ ସମୟର ଆବଶ୍ୟକତା ପଡ଼େ । ଅଳ୍ପ ସମୟରେ ଖେଳ ଖତମ ବି ହୋଇଯିବ । ହେଲେ ସେହି ଅଳ୍ପ ସମୟରେ ଅଧିକ ସାହସ ଦରକାର । ଯାହା ପାଖରେ ସାହାସ ନଥାଏ ସେ କେବେ ହେଲେ ମରିପାରିବ ନାହିଁ । ଆଉ ମରିଗଲା ପରେ ଉପରେ ଥାଇ ପଶ୍ଚାତାପ କରିବେ ।

ଲୋକସଭା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ତାଙ୍କ ଟ୍ୱିଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଆତ୍ମହତ୍ୟାକୁ ନେଇ ସେ ଏଭଳି ଏକ ଟ୍ୱିଟ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଅନୁଭବଙ୍କ ଏହି ଟ୍ୱିଟ ଏବେ ସବୁ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସାରା ଓଡ଼ିଶାରେ ଓଲିଉଡ ଭାଇଜାନଙ୍କ ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ ରହିଛନ୍ତି । ଆଉ ସେହି ଫ୍ୟାନ୍ ମାନଙ୍କ ପାଇଁ ଏମିତି କିଛି ମେସେଜ ଦେଇଛନ୍ତି ଓଡ଼ିଆ ସିନେମାର ‘ମହାନାୟକ’ ଅନୁଭବ ମହାନ୍ତି ।

ବ୍ୟକ୍ତିଗତ ଜୀବନ ଠିକରେ ଚାଲି ନଥିଲେ ମଧ୍ୟ ଅନ୍ୟକୁ ସାହଯ୍ୟ କରିବା ପାଇଁ ସେ ସବୁବେଳେ ତତ୍ପର ରହିଥାନ୍ତି । ତେଣୁ ଆଜିର ଦୁନିଆରେ ଜୀବନ ହାରି ଦେଉଥିବା ଯୁବଶକ୍ତି ମାନଙ୍କ ଭିତରେ ଜୋସ୍ ଭରିବା ପାଇଁସେ ଏଭଳି ଏକ ପୋଷ୍ଟ କରିଛନ୍ତି । ତାଙ୍କ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଅନୁଭବ କହିଛନ୍ତି ଯେ, ‘ମରିବା ପାଇଁ ବହୁତ ସାହସର ଆବଶ୍ୟକତା ପଡ଼େ । ବିନା ସାହାସରେ କେହି ମରିପାରିବେ ନାହିଁ । ଅଳ୍ପ ସମୟରେ ସବୁ ଖେଳ ଖତମ୍ ହୋଇଯିବ । ହେଲେ ମରିଗଲା ପରେ କିନ୍ତୁ ସବୁ ସାହସ ପାଣି ଫୋଟକା ପରି ଫାଟିଯାଏ । ସବୁ କିଛି ନିମିସକେ ବୃଥା ହୋଇଯାଏ । ସବୁ କିଛି ଏପଟ ସେପଟ ହୋଇଯାଏ । ଯାହାର ସମାଧାନ ପାଇଁ ଏମିତି ନିଷ୍ପତ୍ତି ନିଆଯାଇଥାଏ ତାହା ଅଡ଼ୁଆ ସୂତା ପରି ଆହୁରି ଛନ୍ଦି ହୋଇଯାଏ ।

ଏହାପରେ ଅନୁଭବ ଆହୁରି କହିଛନ୍ତି ଯେ, ଆତ୍ମହତ୍ୟା ପରେ ତୁମେ ସିନା ମରିଯିବ, ଏ ଦୁନିଆ ଛାଡ଼ି ଉପରକୁ ଚାଲିଯିବ । ହେଲେ ତୁମ ମାନଙ୍କ ଉପରେ ଆଶା କରିଥିବା ବାପା ମା ଅଧିକ କଷ୍ଟ ପାଇବେ । ପ୍ରତି ସେକେଣ୍ଡରେ ବଞ୍ଚି ଥାଉ ଥାଉ ମୃତ୍ୟୁର ଅନୁବଭ କରିବେ ତୁମର ପରିବାର । ତୁମର ଅଳ୍ପ ସମୟର ସାହା ପାଇଁ ମା ବାପା ବେସାହାରା ପାଲଟିଯିବେ । ଏହାପରେ ଆତ୍ମହତ୍ୟା ଭଳି ପଦକ୍ଷେପ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ଅନୁଭବ ମହାନ୍ତି । ମୃତ୍ୟୁ ସାମ୍ନାରେ ଆତ୍ମସମର୍ପଣ ନକରି ଜୀବନର ସବୁ ବାଧା ବିଘ୍ନକୁ ଏଡ଼ାଇ ଜୀବନ ଯୁଦ୍ଧରେ ବିଜୟ ହାସଲ କରିବା । ଆଉ ଏଥିରେ ଯଦି ମୁଁ ଭୁଲ ତାହାଲେ ମୋତେ ସଂସୋଧନ କର କହି ଟୁଇଟ କରିଛନ୍ତି । ତେବେ ସାଂସଦ ଅନୁଭବଙ୍କର ଏମିତି ପ୍ରେରଣାଦାୟକ ଟ୍ୱିଟ ସବୁ ଯୁବପୀଢ଼ିଙ୍କୁ ଆକୃଷ୍ଟ କରିଛି ।

Get real time updates directly on you device, subscribe now.