fbpx

ପୁଣି ଜଳପଥରେ ଫେରିଲେ ପ୍ରବାସୀ

ଭୁବନେଶ୍ୱର, ୧୨ା୫(ଓଡ଼ିଶା ଭାସ୍କର): ଆଜି ପୁଣିଥରେ ଜଳପଥରେ ଓଡ଼ିଶା ଫେରିଛନ୍ତି ପ୍ରବାସୀ । ସମୁଦ୍ର ପଥରେ ଗଞ୍ଜାମର ମାର୍କଣ୍ଡିକୁ ଆସିଛନ୍ତି ୪୨ଜଣ ପ୍ରବାସୀ ଓଡ଼ିଆ । ଚେନ୍ନାଇରୁ ଡଙ୍ଗାରେ ଗଞ୍ଜାମ ଜିଲ୍ଲାର ୪୨ଜଣ ପ୍ରବାସୀ ଆସି ପହଞ୍ଚିଛନ୍ତି । ୫ଦିନରେ ୧୮୬୩ କିଲୋମିଟର ଯାତ୍ରା କରି ସେମାନେ ଫେରିଛନ୍ତି । ୧ଲକ୍ଷ ୮୦ହଜାର ଟଙ୍କାରେ ଡଙ୍ଗା କିଣି ସେମାନେ ଫେରିଥିବା ନେଇ ସୂଚନା ରହିଛି । ଗଞ୍ଜାମରେ ପହଞ୍ଚିବା ପରେ ସମସ୍ତ ପ୍ରବାସୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ।
ସେହିପରି ଜଳପଥରେ କୋଣାର୍କ ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି ୧୬ଜଣ ପ୍ରବାସୀ । ଆନ୍ଧ୍ରରୁ ଡଙ୍ଗାରେ ଆସି ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି । ପୁରୀରେ ପହଞ୍ଚିବା ପରେ ସମସ୍ତ ପ୍ରବାସୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି ।

Get real time updates directly on you device, subscribe now.