ଜାରି ହେଲା ନିର୍ଦ୍ଦେଶନାମା: ଅଗଷ୍ଟ ୨୩ରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ ଅଙ୍ଗନବଡ଼ି କେନ୍ଦ୍ର

ନୂଆଦିଲ୍ଲୀ: ମଣିଷର ପରିବର୍ତ୍ତିତ ଲାଇଫଷ୍ଟାଇଲ, ଯାନବାହାନର ବୃଦ୍ଧି, ଦ୍ରୁତ ଶିଳ୍ପାୟନ ସହିତ ଅନେକ କାରଣରୁ ଆଜି ପରିବେଶ ଦୂଷିତ ହେବାରେ ଲାଗିଛି । ଜଳ ଓ ବାୟୁ ମଣିଷ ପାଇଁ ଆଜି ଶତ୍ରୁ ପାଲଟି ଯାଇଛନ୍ତି । ଦେଶର ଅଧିକାଂଶ ସହରରରେ ଏବେ ସ୍ୱଚ୍ଛ ବାୟୁ ଓ ପରିଷ୍କାର ଜଳ ମିଳିବା କଷ୍ଟକର ହୋଇପଡ଼ିଛି । ଜଳବାୟୁ ପରିବର୍ତ୍ତନ କାରଣରୁ ଦେଶର କିଛି ଅଞ୍ଚଳରେ ଝଡ଼ବର୍ଷା, ଭୂସ୍ଖଳନ ହେଉଥିବା ବେଳେ ଅନ୍ୟ କିଛି ଅଞ୍ଚଳରେ ପ୍ରବଳ ଖରା ଅନୁଭୂତ ହେଉଛି ।

ନିକଟରେ ଦେଶର ରାଷ୍ଟ୍ରୀୟ ରାଜଧାନୀ, ଦିଲ୍ଲୀ, ଉତ୍ତରାଖଣ୍ଡ, ଗୁଜରାଟ ଆଦି ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିବା ସହିତ ବହୁ ଘରଦ୍ୱାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ବର୍ଷା କାରଣରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିବା ଫଳରେ ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଉଛି । ଏବେ ବି ଦେଶର ଅନେକ ସ୍ଥାନରେ ମୌସୁମୀ ବାୟୁ ଜନସାଧାରଣଙ୍କୁ ଡରାଉଛି ।

ତେବେ ପ୍ରବଳ ବର୍ଷା କାରଣରୁ ଉତ୍ତରାଖଣ୍ଡର ୩ଟି ଜିଲ୍ଲାରେ ବର୍ଷା ଜନିତ ଆଲର୍ଟ ଜାରି କରାଯାଇଛି । ଅଗଷ୍ଟ ମାସ ୨୩ ତାରିଖରେ ରାଜ୍ୟର ୪ଟି ଜିଲ୍ଲାର ସ୍କୁଲ ବନ୍ଦ ରହିବ । ରାଜ୍ୟର ହରିଦ୍ୱାର, ଡେରାଡୁନ, ପୌଡ଼ି ତଥା ନୈନିତାଲର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଏହି ଆଦେଶକୁ ପାଳନ କରିବାକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।