fbpx

ସ୍ୱପ୍ନରେ ଏସବୁ ଦେଖିବା ଦ୍ଵାରା ଚମକିଥାଏ ଭାଗ୍ୟ

ଭାଗ୍ୟ ସହ ଜଡ଼ିତ ଥାଏ କିଛି ସ୍ୱପ୍ନ। ଏନେଇ ସ୍ୱପ୍ନ ଶାସ୍ତ୍ରରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଭାଗ୍ୟ ସମ୍ବନ୍ଧୀୟ ସ୍ୱପ୍ନ ଦେଖିବା ଭଲ। ହେଲେ ଏ ନେଇ କାହାରିକୁ କହିବା ଉଚିତ ନୁହେଁ। ଫଳରେ ଏହାର ଫଳ ମିଳିପାରେନାହିଁ ବୋଲି କୁହାଯାଏ। ଆସନ୍ତୁ ଜାଣିବା ସେଭଳି କିଛି ସ୍ୱପ୍ନ ବିଷୟରେ..

ଗାଈର ସେବା କରିବା: ଯଦି ଆପଣ ସ୍ୱପ୍ନରେ ଗାଈର ସେବା କରୁଥିବା ଦେଖିଛନ୍ତି ତେବେ ତାହା ବହୁତ ଶୁଭ। ଯେଉଁ ବ୍ୟକ୍ତି ଗାଈର ସେବା କରିଥାଏ ତାର ଭାଗ୍ୟୋଦୟ ହୁଏ ବୋଲି ମାନ୍ୟତା ରହିଛି। ହେଲେ ଏଭଳି ସ୍ୱପ୍ନ ଦେଖି ସାରିବା ପରେ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହାଛଡ଼ା ସ୍ୱପ୍ନ ବିଷୟରେ କାହାରିକୁ ଜଣାନ୍ତୁ ନାହିଁ।

ଗୋବରରେ ଘର ଲିପିବା:
ଯଦି ସ୍ୱପ୍ନରେ ନିଜ ଘରକୁ ଗୋବରରେ ଲିପୁଥିବା ଦେଖୁଛନ୍ତି, ତେବେ ଏହା ଶୁଭ। ଏଭଳି ସ୍ୱପ୍ନ ବହୁତ କମ୍‌ ଆସିଥାଏ। ଏହା ଭାଗ୍ୟର କବାଟ ଖୋଲିବାର ସଙ୍କେତ। ସ୍ୱପ୍ନ ଦେଖିବା ପରେ ଗରିବ ଲୋକଙ୍କୁ ଫଳ ଦାନ କରିବା ଉଚିତ।

ଅଗଣାରେ ନାଚୁଥିବା ମୟୂର ଦେଖିବା: ଯଦି ସ୍ୱପ୍ନରେ ଘର ଅଗଣାରେ ମୟୂର ନାଚୁଥିବା ଦେଖୁଛନ୍ତି ତେବେ ଏହା ଶୁଭ। ଏଭଳି ସ୍ୱପ୍ନ ଭାଗ୍ୟ ସହ ଜଡ଼ିତ। ଏହି ସ୍ୱପ୍ନ ଦେଖିବା ଦ୍ୱାରା ଭାଗ୍ୟ ଚମକେ। ତେବେ ଏଭଳି ସ୍ୱପ୍ନ ଦେଖିଲେ କୁଷ୍ଠ ରୋଗୀଙ୍କୁ ତେଲ ଦାନ କରିବା ଉଚିତ।

ଦ୍ୱାର ଖୋଲୁଥିବା ଦେଖିବା: ସ୍ୱପ୍ନରେ ଯଦି ଆପଣ କେଉଁଠିକୁ ଯାଉଛନ୍ତି ଏବଂ ଆପଣ ନିଜେ ଦ୍ୱାର ଖୋଲୁଥିବା ଦେଖନ୍ତି ତେବେ ଏହା ବହୁତ ଭଲ। କବାଟ ସହ ଭାଗ୍ୟର ଦ୍ୱାର ମଧ୍ୟ ଖୋଲିଥାନ୍ତି। ଏହି ସ୍ୱପ୍ନ ଦେଖିବା ପରେ ଗରିବ ଲୋକଙ୍କୁ ହଳଦିଆ ନଚେତ କମଳା ରଙ୍ଗର ବସ୍ତ୍ର ଦାନ କରନ୍ତୁ। ଶୁଭ ରହିବ।

କଦଳୀ ଗଛ ଦେଖିବା: ସ୍ୱପ୍ନରେ କଦଳୀ ଗଛ ଦେଖିବା ବେଶ ଭଲ ସଙ୍କେତ। ଏଭଳି ସ୍ୱପ୍ନ ଦେଖିବା ପରେ ହଳଦିଆ ଭୋଜନ ଦାନ କରନ୍ତୁ। ଭାଗ୍ୟୋଦୟ ହେବ।

Get real time updates directly on you device, subscribe now.