fbpx

WHOର ଭୟଙ୍କର ରିପୋର୍ଟ: ପିଜା, ବର୍ଗର, ଚାଉମିନରେ ମିଶୁଥିବା ମିଠା ଓ କେମିକାଲ ବଢ଼ାଇପାରେ କୋଲୋନ କ୍ୟାନସର ଆଶଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନସର ଏକ ମହାମାରୀ ପରି ବଢ଼ିବାରେ ଲାଗିଛି । ଖରାପ ଖାଦ୍ୟାଭ୍ୟାସ କାରଣରୁ ଦିନକୁ ଦିନ କ୍ୟାନସର ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ତେବେ ବାରମ୍ବାର ଫାଷ୍ଟଫୁଡ ସେବନ ଆପଣଙ୍କୁ କ୍ୟାନସର ଶିକାର କରାଇପାରେ । ଅନ୍ୟ ଲୋକଙ୍କ ଅପେକ୍ଷା ଫାଷ୍ଟଫୁଡ ସେବନକାରୀଙ୍କ କ୍ଷେତ୍ରରେ କୋଲୋନ ବା ଅନ୍ତ କ୍ୟାନସରର ଆଶଙ୍କା ୪୦ ପ୍ରତିଶତ ଅଧିକ ରହିଥାଏ । ୪୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଏହି ମାମଲା ଅଧିକ ଆସୁଛି । ୯୦ ପ୍ରତିଶତ ମାମଲା ଖରାପ ଖାଦ୍ୟ କାରଣରୁ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ।

ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି, ଦିନକୁ କେତେଥର ଫାଷ୍ଟଫୁଡ ସେବନ କଲେ କ୍ୟାନସରର ଆଶଙ୍କା ବଢ଼ିଥାଏ । ମାସକୁ ବା ଦିନକୁ କେତେଥର ଫାଷ୍ଟଫୁଡ ସେବନ କଲେ ଅଧିକ କ୍ଷତିକାରକ ହୋଇଥାଏ, ତାହା ସମସ୍ତେ ଜାଣିବା ଆବଶ୍ୟକ । ଡାକ୍ତରଙ୍କ ମତରେ, ଜଣେ ନିୟମିତ ଭାବେ ଫାଷ୍ଟଫୁଡ ସେବନ କଲେ ତାହା କୋଲୋନ କ୍ୟାନସରର କାରଣ ହୋଇପାରେ । ଯଦି ଜଣେ ମାସକୁ ଥରେ ବା ଦୁଇଥର ସେବନ କରିବ ତେବେ ଏ କ୍ଷେତ୍ରରେ କୌଣସି ସମସ୍ୟା ଦେଖାଦେଇନଥାଏ । ମାତ ଜଣେ ସପ୍ତାହକୁ ୪ ଦିନ ସେବନ କଲେ ସେ କୋଲୋନ କ୍ୟାସନରର ଶିକାର ହେବାର ଆଶଙ୍କା ରହିଥାଏ ।

ଗତ କିଛି ବର୍ଷ ମଧ୍ୟରେ ଫାଷ୍ଟ ଫୁଡ ସେବନର ମାତ୍ରା ଲୋକଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି । ଛୋଟ ପିଲାମାନେ ଅତ୍ୟଧିକ ମାତ୍ରାରେ ଫାଷ୍ଟଫୁଡ ସେବନ କରୁଥିବା ଦେଖାଯାଉଛି । କମ୍ ବୟସର ପିଲାଙ୍କ କ୍ଷେତ୍ରରେ ଫାଷ୍ଟଫୁଡ କ୍ୟାନସର ଆଶଙ୍କା ବଢ଼ାଉଛି । ପ୍ରାଥମିକ ଭାବେ ପେଟରେ ଯନ୍ତ୍ରଣା ହୁଏ ଓ ଖାଦ୍ୟ ହଜମରେ ସମସ୍ୟା ସୃଷ୍ଟି ହୁଏ । ଧୀରେ ଏହି ବିମାରୀ ସାରା ପେଟରେ ବ୍ୟାପିଯାଏ । ଫାଷ୍ଟଫୁଡରେ ମିଠା ଓ କେମିକାଲ ବ୍ୟବହାର ହେଉଥିବାରୁ ତାହା କ୍ୟାନସର ଆଶଙ୍କା ବଢ଼ାଇଥାଏ । ଏଥିସହିତ ତେଲକୁ ମଧ୍ୟ ବାରମ୍ବାର ବ୍ୟବହାର କରାଯାଏ । ତେଣୁ ପିଜା, ଚାଉମିନ, ବର୍ଗର ଆଦି ସେବନରୁ ଦୂରେଇ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । କବଜ ରହିବା, ଭୋକରେ ପରିବର୍ତ୍ତନ, ଅଚାନକ ଓଜନ ହ୍ରାସ, ମଳରେ ରକ୍ତ ପଡ଼ିବା ଆଦି ସବୁ ଲକ୍ଷଣ କୋଲୋନ କ୍ୟାନସରରେ ଦେଖାଦେଇଥାଏ ।

Get real time updates directly on you device, subscribe now.