fbpx

(Video) ଚନ୍ଦ୍ରାବତରଣ ପରେ ମମତାଙ୍କ ‘ରାକେଶ ରୋସନ୍’ ବୟାନ ଭାଇରାଲ: ଇନ୍ଦିରା ଗାନ୍ଧୀ କହିଲେ…

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରାବତରଣ ପରେ ସବୁଆଡ଼େ କୁସିର ମାହୋଲ ଖେଳିଯାଇଛି । ବିଭିନ୍ନ ମହଲରୁ ଭାରତ ଏବଂ ଇସ୍ରୋ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ଏହାମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଭାରତର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ତାଙ୍କର ଏହି ଭିଡିଓ ଏବେ ଖୁବ ଆଲୋଚନା ହେବାରେ ଲାଗିଛି । ଏହି ଭିଡିଓରେ ରାକେଶ ରୋସନ ଚନ୍ଦ୍ରକୁ ଯାଇଥିବା ନେଇ ଏକ ବୟାନ ଦେଇଛନ୍ତି । ଯାହାକୁ ନେଇ ଏବେ ଟ୍ରୋଲ ଆରମ୍ଭ ହୋଇଯାଇଛି ।

ମମତା ବାନାର୍ଜୀ କହିଛନ୍ତି ଯେ, ଯେତେବେଳେ ରାକେଶ ରୋସନ୍ ଚନ୍ଦ୍ରରେ ପହଞ୍ଚିଥିଲେ, ଇନ୍ଦିରା ଗାନ୍ଧୀ ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଚନ୍ଦ୍ରପୃଷ୍ଠରୁ ଭାରତ କିପରି ଦୃଶ୍ୟମାନ ହେଉଛି ବୋଲି ଇନ୍ଦିରା ଗାନ୍ଧୀ ‘ରାକେଶ ରୋସନ୍’ଙ୍କୁ ପଚାରିଥିବା କହିଛନ୍ତି ମମତା । ଇସ୍ରୋର ଚନ୍ଦ୍ରଯାନ ସଫଳତା ପରେ ଏକ ଇଭେଣ୍ଟ ଜରିଆରେ ମମତା ବାନାର୍ଜୀ ଏଭଳି ଏକ ବୟାନ ଦେଇଛନ୍ତି । ତେବେ ଏହି ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ମମତାଙ୍କ ଏହି କଥାରୁ ଜଣାଯାଉଛି ଯେ, ସେ ମହାକାଶ ଯାତ୍ରୀ ରାକେଶ ଶର୍ମା ଏବଂ ବଲିଉଡ ସିନେ ନିର୍ଦ୍ଦେଶକ ରାକେଶ ରୋସନଙ୍କ ନାମକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି । ତେବେ ରାକେଶ ରୋସନ୍ ମଧ୍ୟ ଚନ୍ଦ୍ରକୁ ଯାଇ ନଥିଲେ । ମହାକାଶରୁ ଇନ୍ଦିରା ଗାନ୍ଧୀଙ୍କ ସହ ତାଙ୍କର ବାର୍ତ୍ତାଳାପ ହୋଇଥିଲା । ତେବେ ଇନ୍ଦିରା ଗାନ୍ଧୀଙ୍କ ଏହି ପ୍ରଶ୍ନର ଉତ୍ତରରେ ରାକେଶ କହିଥିଲେ ଯେ, “ସାରେ ଜହାଁ ସେ ଅଚ୍ଛା” ।

ତେବେ ମମତା ବାନାର୍ଜୀଙ୍କର ଏହି ବଡ଼ ଭୁଲ ବୟାନର ଏକ ଭିହିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାରତର ଐତିହାସିକ ସଫଳତା ଏବଂ ସମ୍ମାନଜନକ ଘଟଣା ଉପରେ ଅଜ୍ଞ ଥିବା କଥାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି । ସେହିପରି ଚନ୍ଦ୍ରଯାନର ସଫଳ ଲାଣ୍ଡିଂ ପରେ ରାଜସ୍ଥାନର କ୍ରୀଡ଼ାମନ୍ତ୍ରୀ ଏଥିରେ ଥିବା ‘ପାସେଞ୍ଜର’ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାବ୍ୟତୀତ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଚନ୍ଦ୍ରଯାନ-୩ ସମ୍ପର୍କରେ ପଚରାଯିବାରୁ ସେ ଏହି ବିଷୟରେ କିଛି ବୁଝି ପାରିନାହାନ୍ତି । ତେଣୁ ସାଥୀରେ ଥିବା ଜଣେ ମନ୍ତ୍ରୀଙ୍କୁ ସେ ଏ ସମ୍ପର୍କରେ ପଚାରିଥିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖାଯାଉଛି ।

Get real time updates directly on you device, subscribe now.