fbpx

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ: ୨ ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହି ବର୍ଷା ହେବ ବୋଲି ଆଶଙ୍କା ରହିଛି । ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି ।

ତେବେ ୪ ତାରିଖ ଠାରୁ ବିସ୍ତୃତ ବର୍ଷା ସମ୍ଭାବନା ଥିବା କୁହା ଯାଇଛି । ସେହିପରି ତ ତିନି ମାସରେ ରାଜ୍ୟରେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷାହୋଇଛି । ନବରଙ୍ଗପୁରରେ ସର୍ବାଧିକ ୪୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । କେନ୍ଦ୍ରାପଡ଼ାରେ ୩୭, କଳାହାଣ୍ଡିରେ ୩୬, ଗଞ୍ଜାମରେ ୩୫ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।

ଏଥିସହ ରାୟଗଡ଼ା, କୋରାପୁଟ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକରେ ବି ନିଅଣ୍ଟିଆ ବର୍ଷା ହୋଇଛି ।

Get real time updates directly on you device, subscribe now.