fbpx

ହ୍ୱାଟସଆପରେ ଗୋଟିଏ ଭୁଲ୍ ଆପଣଙ୍କୁ ଜେଲ୍ ପର୍ଯ୍ୟନ୍ତ ଟାଣି ନେଇପାରେ, କେଉଁ ବିଷୟରେ ସତର୍କ ରହିବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ହ୍ୱାଟସଆପର ଲୋକପ୍ରିୟତା ବିଷୟରେ କାହାକୁ ଅଛପା ନାହିଁ । କିଶୋର କିଶୋରୀଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ବି ଏହାର ଉପଯୋଗ କରୁଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଏଥିରେ ଗୋଟିଏ ଭୁଲ୍ ଆପଣଙ୍କୁ ଜେଲ୍ ପର୍ଯ୍ୟନ୍ତ ଟାଣି ନେଇପାରେ ବୋଲି ।
ଭାରତରେ କାମ କରୁଥିବା ସମସ୍ତ ଅନଲାଇନ୍ ପ୍ଲାଟଫର୍ମ ଏକ ରେଗୁଲେସନ ସହିତ କାମ କରିଥାଏ । ଏହାସହିତ ଏହି ପ୍ଲାଟଫର୍ମଗୁଡିକର କିଛି ଦାୟିତ୍ୱ ମଧ୍ୟ ରହିଛି । ହ୍ୱାଟସଅପ ୟୁଜର୍ସ, କମ୍ପାନୀ କିମ୍ବା ସରକାରୀ ସଂସ୍ଥା ହ୍ୱାଟସଆପ ଦ୍ୱାରା ପ୍ରସ୍ତୁତ ନିୟମ ଭାଙ୍ଗିଲେ ସେମାନଙ୍କୁ ଦଣ୍ଡ ବି ଭୋଗିବାକୁ ପଡିବ । ସେମାନଙ୍କ ହ୍ୱାଟସଅପ ଆକାଉଣ୍ଟ ସବୁଦିନ ଲାଗି ବନ୍ଦ କରିଦିଆଯିବା ସହ ସେମାନଙ୍କୁ ଜେଲ୍ ବି ଭୋଗିବାକୁ ପଡିପାରେ ।
ହ୍ୱାଟସଆପରେ କେବେ ବି ଏପରି ପୋଷ୍ଟ କରନ୍ତୁ ନାହିଁ ଯାହା ସମାଜରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି କରୁଥିବ । ଏହା ପ୍ରମାଣ ମିଳିଲେ ସେହି ୟୁଜର୍ସଙ୍କ ଆକାଉଣ୍ଟକୁ ସବୁଦିନ ଲାଗି ବନ୍ଦ କରି ଦିଆଯିବ । କମ୍ପାନୀ ପ୍ରତି ମାସରେ ନିୟମ ଭାଙ୍ଗୁଥିବା ଏହିପରି ଲକ୍ଷ ଲକ୍ଷ ୟୁଜର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥାଏ ।
ହ୍ୱାଟସଆପରେ ହିଂସାର ପ୍ରସାର କରୁଥିବା କିମ୍ବା ଧାର୍ମିକ ଭାବନା ଆହତ କରୁଥିବା ପରି ଖବର ପ୍ରସାରଣ କରନ୍ତୁ ନାହିଁ । କାରଣ ଏହା ଆପଣଙ୍କ ଲାଗି ବହୁତ ବିପଦଜନକ ସାବ୍ୟସ୍ତ ହୋଇପାରେ । ବହୁ କ୍ଷେତ୍ରରେ ଦେଖାଯାଇଛି ଦଙ୍ଗା ଭଳି ଘଟଣାକୁ ଉସକାଇବା ଲାଗି ବହୁ ଲୋକ ସ୍ୱତନ୍ତ୍ର ହ୍ୱାଟସଅପ ଆକାଉଣ୍ଟ ଖୋଲିଥାନ୍ତି । ଯଦି ଆପଣଙ୍କୁ କେହି ଏପରି ଗ୍ରୁପରେ ସାମିଲ କରି ନେଇଛି ତ ତୁରନ୍ତ ଏଥିରୁ ହଟିଯାଆନ୍ତୁ ଅନ୍ୟଥା ପରବର୍ତ୍ତୀ ସମୟରେ ଆପଣ ବଡ ଅସୁବିଧାରେ ପଡିପାରନ୍ତି । ଦଙ୍ଗା ଉପୁଜିବାର ସ୍ଥିତି ଉପୁଜିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ।
ଏହା ସହିତ ହ୍ୱାଟସଆପରେ ଅଶ୍ଲୀଳ ଭିଡିଓ ସେୟାର କରନ୍ତୁ ନାହିଁ । ଚାଇଲ୍ଡ ପର୍ଣ୍ଣ ଭିଡିଓ କିମ୍ବା ଫଟୋ ସେୟାର କରିବା ଦ୍ୱାରା ଆପଣଙ୍କୁ ଆଇନତଃ ଦଣ୍ଡ ମିଳିବ । ଏହା ସହିତ ହ୍ୱାଟସଆପ ୟୁଜର ଏପରି କଣ୍ଟେଣ୍ଟ ସେୟାର କରନ୍ତୁ ନାହିଁ ଯେଉଁଥିରେ କାହାର ଜାତି କିମ୍ବା ଧର୍ମକୁ ଆକ୍ଷେପ କରାଯାଇଥିବ । ଏହିପ୍ରକାର କଣ୍ଟେଣ୍ଟ ସେୟାର କଲେ ଆପଣଙ୍କ ଉପରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.