fbpx

ପୃଥିବୀ ଭଳି ଚନ୍ଦ୍ରରେ ହୁଏ କି ଭୂକମ୍ପ? ଇସ୍ରୋର ଏହି ଅନୁସନ୍ଧାନକୁ ନେଇ ଆସିଲା ନୂଆ ଅପଡେଟ

ନୂଆଦିଲ୍ଲୀ; ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଚନ୍ଦ୍ରାୟନ-୩ର ‘ମୁନ ମିଶନ’ ଦ୍ୱାରା ପରିଚାଳିତ ଅନ୍ୟ ଏକ ଇନ୍-ସିଟ୍ ବୈଜ୍ଞାନିକ ପରୀକ୍ଷଣର ଫଳାଫଳ ଘୋଷଣା କରିଛି । ଯେଉଁଠାରେ ଚନ୍ଦ୍ର ଭୂକମ୍ପ କାର୍ଯ୍ୟକଳାପ (ଆଇଏଲଏସଏ) ପେଲୋଡ୍ ଏକ ଘଟଣାକୁ ରେକର୍ଡ କରିଛି, ଯାହା ଏକ ପ୍ରାକୃତିକ ପରି ଦେଖାଯାଉଛି । ଭାରତୀୟ ମହାକାଶ ଏଜେନ୍ସି ବର୍ତ୍ତମାନ ଏହା ସୂଚନା ଦେଇ ଉଲ୍ଲେଖ କରିଛି ଯେ, ଏହି ଘଟଣାର ଉତ୍ସ ଅନୁସନ୍ଧାନ ଚାଲିଛି ।

ସୂଚନା ଥାଉକି, ପ୍ରଥମେ ଚନ୍ଦ୍ରପୃଷ୍ଠରେ ବିଭିନ୍ନ ସ୍ଥାନର ବିଭିନ୍ନ ସ୍ଥରର ତାପମାତ୍ରାକୁ ମାପିଥିଲା ଚନ୍ଦ୍ରଯାନ-୩ । ଚନ୍ଦ୍ର ପୃଷ୍ଠର ୧୦ ସେଣ୍ଟିମିଟର ଗଭୀରତାରେ କେତେ ତାପମାତ୍ରା ରହିଛି ତାହା ବର୍ତ୍ତମାନ ରେକର୍ଡ ହୋଇପାରିଛି । ଏଥିରେ ୧୦ ରୁ ଆରମ୍ଭ କରି ୬୦ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ରେକର୍ଡ ହୋଇଛି ଯାହାକୁ ନେଇ ଏକ ଗ୍ରାଫ ମାଧ୍ୟମରେ ପ୍ରକାଶ କରିଥିଲା ଇସ୍ରୋ । ସେହିପରି ୨୯ ଅଗଷ୍ଟ ରାତିରେ ପ୍ରଜ୍ଞାନ ରୋଭର ଏହି ସୂଚନା ଦେଇଥିଲା ଯେ, ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅକ୍ସିଜେନ ରହିଛି । ଏହି କାମ ସେଥିରେ ଲାଗିଥିବା ଏଲଆଇବିଏସ୍ ପେଲୋଡ୍ କରିଦେଖାଇଛି । ଏହା ସହିତ ଚନ୍ଦ୍ରପୃଷ୍ଠରେ ବହୁ ମାତ୍ରାରେ ଆଲୁମିନିୟମ ମଧ୍ୟ ମିଳିଛି । ମାନବ ବସତି ନିର୍ମାଣରେ ଏହାର ବିଶେଷ ଉପଯୋଗ କରାଯାଇ ପାରିବ । ଏହା ବ୍ୟତିତ ଚନ୍ଦ୍ରପୃଷ୍ଠରୁ କ୍ୟାଲସିୟମ, ଲୁହା, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ, ସିଲିକନ ଆଦିର ସନ୍ଧାନ ମିଳିସାରିଛି ।

ଚନ୍ଦ୍ରପୃଷ୍ଠରେ ଅମ୍ଳଜାନ ମିଳିଯିବା ପରେ ଏବେ ହାଇଡ୍ରୋଜେନ ବା ଉଦଯାନର ସନ୍ଧାନ ଜାରି ରହିଛି । କାରଣ ଉଭୟ ମିଳିତ ହୋଇ ଜଳ ସୃଷ୍ଟି କରିପାରିବେ । ଅର୍ଥାତ୍ ଚନ୍ଦ୍ରରେ ମଣିଷ ବସତି ସ୍ଥାପନ କରିବା ଲାଗି ଏହି ଦୁଇ ରସାୟନର ଆବଶ୍ୟକତା ପଡିବ । ଏହା ହିଁ ଚନ୍ଦ୍ରରେ ଜୀବସତ୍ତାର ସ୍ଥାପନ କରିବ ।

Souce by ISRO

Get real time updates directly on you device, subscribe now.